ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ମାଲକାନଗିରିକୁ ଗଡ଼ିଲା ବାଇକ୍‌ ଆମ୍ୱୁଲାନ୍ସ

0

ମାଲକାନଗିରି; ଦୀର୍ଘ ଦିନର ଦୂର ହେଲା ଦୁଃଖ । ଆଜିଠାରୁ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳକୁ ପ୍ରଥମ ଥର ପାଇଁ ଗଡ଼ିଲା ବାଇକ୍‌ ଆମ୍ୱୁଲାନ୍ସ। ନାବାର୍ଡ଼ ସହାୟତାରେ ଦୁଇ ବାଇକ୍‌ ଆମ୍ୱୁଲାନ୍ସ ଯୋଗାଇ ଦେଇଛି ଜିଲ୍ଲା ପ୍ରଶାସନ। ଏହି ବାଇକ ଆମ୍ବୁଲାନ୍ସ ମାଧ୍ୟମରେ ଦୁର୍ଗମ ଅଞ୍ଚଳରୁ ରୋଗୀଠାରୁ ଆରମ୍ଭ ଗର୍ଭବତୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇପାରିବ। ଦୁର୍ଗମ ଅଞ୍ଚଳର ଗରିବ ଲୋକଙ୍କୁ ମେଡ଼ିକାଲ୍‌ ଯିବା ପାଇଁ ଆଉ ଦହଗଞ୍ଜ ହେବାକୁ ପଡ଼ିବ ନାହିଁ।

ଦିନେ ଚିତ୍ରକୋଣ୍ଡା ପଞ୍ଚାୟତ ବିଚ୍ଛିନ୍ନାଞ୍ଚଳ ଭାବେ ପରିଚିତ ଥିଲା। ଜଳଭଣ୍ଡାର ଗଭୀର ଜଳରାଶିରେ ଜୀବନକୁ ବାଜି ଲଗାଇ ଲୋକମାନେ ପାର ହେଉଥିଲେ। ତେବେ ଗୁରୁପ୍ରିୟା ସେତୁ ଲୋକାର୍ପଣ ପରେ ସେହି ଦୁଃଖ ଦୂର ହୋଇଛି। ବିଚ୍ଛିନ୍ନାଞ୍ଚଳ ଏବେ ସ୍ୱାଭିମାନ ଅଞ୍ଚଳ ଭାବେ ପରିଚିତ ହୋଇଛି। ଗରିବଙ୍କ ଯନ୍ତ୍ରଣା ଏବେ କମ୍ ହେବ । ଗୁରୁତର ରୋଗୀଙ୍କୁ ମେଡ଼ିକାଲ୍‌ ନେବାକୁ ଏବେ ଆଉ ଅପେକ୍ଷା କରିବାକୁ ପଡ଼ିବନି ।

Leave A Reply

Your email address will not be published.