ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ୫ନୂଆ ପରାମର୍ଶଦାତା ନିଯୁକ୍ତ

0

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ୫ନୂଆ ପରାମର୍ଶଦାତା ନିଯୁକ୍ତି କରିଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଚାଲିଥିବା ଉନ୍ନତମାନର ସାର୍ବଜନୀନ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନିରନ୍ତର ବିକାଶ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ସ୍ବାସ୍ଥ୍ୟ ଯୋଜନା ଏବଂ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ ୫ ଜଣ ନୂଆ ପରାମର୍ଶଦାତାଙ୍କୁ ନିଯୁକ୍ତି ଦେଇଛନ୍ତି ।

କ୍ୟାପିଟାଲ୍ ହସ୍ପିଟାଲର ସୁପରିଚାଳନା ଓ ବିକାଶ ପାଇଁ ସଂଜୟ ସେଠୀଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ପୁଷ୍ପାଞଳି ରଣା, କେ. ଶାନ୍ତି ଓ ରଂଜନ ବିଶ୍ବାଳଙ୍କୁ ଯଥାକ୍ରମେ ବି.ଏସ୍.କେ.ୱାଇ.; ଏମ୍.କେ.ସି.ଜି. ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ ବ୍ରହ୍ମପୁର ଏବଂ ନିରାମୟ ଯୋଜନାର ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି ।

ଓଡ଼ିଶାର ଗାଁ ଗହଳିରେ ବଡ ମେଡ଼ିକାଲ୍ ଭାବେ ଜଣାଶୁଣା କଟକର ଶ୍ରୀରାମ ଚନ୍ଦ୍ର ଭଂଜ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ ପାଇଁ ଦୁଇ ଜଣ ପରାମର୍ଶଦାତା ନିଯୁକ୍ତି ହୋଇଛନ୍ତି । ସେମାନେ ହେଲେ ଦିଲ୍ଲୀପ କୁମାର ସାହୁ ଏବଂ ସ୍ବପ୍ନାରାଣୀ ପାତ୍ର। ଏହି ନବ ନିଯୁକ୍ତ ପରାମର୍ଶଦାତାମାନେ ଅବୈତନିକ ଭାବେ ଜନସାଧାରଣଙ୍କ ପାଇଁ ଓ ସରକାରୀ ବ୍ୟବସ୍ଥା ମଧ୍ୟରେ ସେବା ପ୍ରଦାନ ନିମନ୍ତେ ଇଛା ପ୍ରକଟ କରିଛନ୍ତି। ତେବେ ରାଜ୍ୟ ସରକାର ନିର୍ଦ୍ଧାରିତ ନିୟମ ଅନୁଯାୟୀ ସେମାନଙ୍କ ଗସ୍ତ ଏବଂ ଆନୁସଙ୍ଗିକ ସୁବିଧା ଯୋଗାଇଦେବେ ବୋଲି ବିଭାଗୀୟ କାର୍ଯାଳୟ ବିଜ୍ଞପ୍ତିରୁ ଜଣାପଡ଼ିଛି ।

Leave A Reply

Your email address will not be published.