ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ଚଳିତବର୍ଷ ମିଳିଛି ୪୦୦ କୋଟିରୁ ଅଧିକ ଦାନ

0

ମୁମ୍ବାଇ; ଖୋଲିଲା ଶିରିଡି ସାଇ ବାବାଙ୍କ ଦାନ ବାକ୍ସ । ଚଳିତବର୍ଷ ଭାଙ୍ଗିଛି ଦାନ ବାକ୍ସର ରେକର୍ଡ । ଦାନ ବାକ୍ସରୁ ଏତେ ଟଙ୍କା ବାହାରିଛି ଯେ ଏହାକୁ ଗଣିବାକୁ ୧୨ ଜଣରୁ ଅଧିକ ଲୋକ ଲାଗିଛନ୍ତି । ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, ୨୦୨୨ରେ ୪୦୦ରୁ ଅଧିକ କୋଟି ଟଙ୍କା ଦାନ ଆକାରରେ ମିଳିଛି । ଏହି ସମସ୍ତ ଦାନ ନଗଦ ଅର୍ଥ ସହ ଚେକ୍, ସୁନା, ରୂପା, ଅନଲାଇନ ପେମେଣ୍ଟ ଓ ଡିମାଣ୍ଡ ଡ୍ରାଫ୍ଟ ଜରିଆରେ ମିଳିଛି ।

ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଦାନ ହୁଣ୍ଡିରୁ ୧୬୬ କୋଟିରୁ ଅଧିକ ନଗଦ ଟଙ୍କା, ଅନଲାଇନ ମାଧ୍ୟମରେ ୧୪୪ କୋଟି, କ୍ୟାସ କାଉଣ୍ଟରରେ ୭୪ କୋଟିରୁ ଅଧିକ ଟଙ୍କା ଜମା ହୋଇଥିଲ । ସେହିପରି ୨୬ କିଲୋରୁ ଅଧିକ ସୁନା ଦାନ କରିଛନ୍ତି ଭକ୍ତ । ଯାହାର ମୂଲ୍ୟ ୧୨ କୋଟି ତାହା ଦାନ ଆକାରରେ ମିଳିଛି । ସେହିଭଳି ୩୩୦ କିଲୋରୁ ଅଧିକ ରୂପା ଯାହାର ମୂଲ୍ୟ ୧.୫ କୋଟି ତାହା ମଧ୍ୟ ଭକ୍ତ ଦାନ କରିଛନ୍ତି ।ସୂଚନା ଅନୁଯାୟୀ, କରୋନା କଟକଣା ହଟିବା ପରେ ୨୦୨୨ରେ ସାଇ ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଥିଲା । ଏପରିକି ଡିସେମ୍ବର ମାସରେ ଭକ୍ତଙ୍କ ସଂଖ୍ୟା ଅଧିକ ବଢିଥିଲା ।

Leave A Reply

Your email address will not be published.