ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଟ୍ରାଙ୍କୁଲାଇଜ ହେଲା ଦନ୍ତା

0

ପୁରୀ; ଟ୍ରାଙ୍କୁଲାଇଜ ହେଲା ପୁରୀରେ ଉପଦ୍ରବ ଚଳାଇଥିବା ହାତୀ । ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ହାତୀକୁ ଟ୍ରାଙ୍କୁଲାଇଜ କରାଯାଇଛି ବନବିଭାଗ। ସୋମବାରଠୁ ପୁରୀରେ ଉପଦ୍ରବ ଚଳାଇଥିଲା ହାତୀ । ଗତକିଛି ଦିନ ହେବ ହାତୀଟି ଚନ୍ଦନପୁର, ପ୍ରତାପପୁରୁଷୋତ୍ତମପୁର, ପାଙ୍କଳ ଓ କୃଷ୍ଣଜନପୁର ଅଞ୍ଚଳରେ ବୁଲୁଥିଲା। ରାତି ହେଲେ ଖାଦ୍ୟ ଅନ୍ୱେଷଣରେ ଜନବସତିକୁ ଆଡକୁ ପଶି ଆସୁଥିବାରୁ ଲୋକେ ଭୟଭୀତ ହୋଇ ପଡ଼ୁଥିଲେ। ଗତକାଲି ହାତୀଟି ବଲଭଦ୍ରପୁରୁ ଗହୀର ବାଟ ଦେଇ ଶ୍ରୀସେତ ନିର୍ମାଣ ସ୍ଥଳ ଅଞ୍ଚଳ ଦେଇ ଖଣ୍ଡିଆବନ୍ଧକୁ ଚାଲି ଯାଇଥିଲା। ଲୋକମାନେ ମାନେ ହାତୀଟିକୁ ଦେଖି ପାଟିତୁଣ୍ଡ କରିବାରୁ ସେ ବାଲିଗୁଆଳି ନିକଟବର୍ତ୍ତୀ ଅଭୟାରଣ୍ୟକୁ ପଳାଇ ଯାଇଥିଲା।

ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରହିଥିବା ବେଳେ ଆଜି ସକାଳୁ ସକାଳୁ ଖଣ୍ଡିଆ ବନ୍ଧ ଓ ଅଠରନଳା ଦେଇ ବାଲିଗୁଆଳି ଅଂଚଳରେ ହାତୀକୁ ଠାବ କରାଯାଇଥିଲା ଏବଂ ପ୍ରକୃତି ନିବାସ ନିକଟ ସମୁଦ୍ର ପାଖରୁ ହାତୀଟିକୁ ଟ୍ରାଙ୍କୁଲାଇଜ କରାଯାଇଥିବା ସୂଚନା ମିଳିଛି। ହାତୀକୁ ଜଗିବାରେ ୫ ରେଂଜ’ର ବନ ଅଧିକାରୀ ସାମିଲ ହୋଇଥିଲେ । ତେବେ ଚନ୍ଦକାରୁ ଚନ୍ଦନପୁରର ଚାଲିଆସିଥିଲା ଦନ୍ତା ହାତୀ । ତେବେ ହାତୀଟିକୁ ଟ୍ରାଙ୍କୁଲାଇଜ କରାଯାଇ କେଉଁ ଜଙ୍ଗଲରେ ଛଡ଼ାଯିବ ବନ ବିଭାଗ ପକ୍ଷରୁ ଏନେଇ କିଛି ସୂଚନା ଦିଆଯାଇନାହିଁ।

Leave A Reply

Your email address will not be published.