ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଏସୀୟ ସିଂହୀ ରେବା ଗର୍ଭରୁ ୪ଟି ଶାବକ ଜନ୍ମ

0

ଭୁବନେଶ୍ୱର; ଆଜି ସକାଳେ ନନ୍ଦନକାନନ ପ୍ରାଣୀଉଦ୍ୟାନ ସିଂହ ସଫାରିରେ ଏସୀୟ ସିଂହୀ ରେବା ୪ଟି ଶାବକଙ୍କୁ ଜନ୍ମ ଦେଇଛି। ମଧ୍ୟପ୍ରଦେଶ ଇନ୍ଦୋର ଚିଡ଼ିଆଖାନାରୁ ଆସିଥିବା ସିଂହୀ ରେବା ଓ ନନ୍ଦନକାନନ ସିଂହୀ ରାଧା ଗର୍ଭରୁ ଜନ୍ମିତ ଜିତ୍‌ର ମିଳନରୁ ଏହି ଶାବକମାନେ ଜନ୍ମ ନେଇଛନ୍ତି। ରେବାର ଏହା ପ୍ରଥମ ଗର୍ଭ। ତେଣୁ ଉପଯୁକ୍ତ ଯତ୍ନ ନେଇନପାରିବାରୁ ରେବାର ୨ଟି ଶାବକଙ୍କ ମୃତ୍ୟୁ ହୋଇଯାଇଛି। ଗୋଟିଏ ମୃତଶାବକ ଜନ୍ମ ହୋଇଥିବା ବେଳେ ଗୋଟିଏ ଜନ୍ମ ପରେ ମରିଥିବା ଜଣାପଡ଼ିଛି। ଆଜି ସକାଳୁ ଜନ୍ତୁରକ୍ଷକମାନେ ରେବା ଜନ୍ମ ଦେଇଥିବା ଜାଣିବାକୁ ପାଇଥିଲେ। ସେତେବେଳକୁ ଗୋଟିଏ ମଲା ଛୁଆ ମା’ଠୁ ଦୂରରେ ପଡ଼ିଥିବା ବେଳେ ଗୋଟିକର ମୃତଦେହର ଅଧା ପଡ଼ିଥିଲା।

ଖବର ପାଇ ନନ୍ଦନକାନନ କର୍ତ୍ତୃପକ୍ଷ ଓ ଡାକ୍ତରୀ ଟିମ୍‌ ସଫାରିରେ ପହଞ୍ଚିଥିଲେ। ପ୍ରଥମଥର ମା’ ହୋଇଥିବାରୁ ରେବା ଅନ୍ୟ ଦୁଇ ଛୁଆଙ୍କୁ ସ୍ତନ୍ୟପାନ କରାଇ ବଞ୍ଚାଇ ପାରିବ ନାହିଁ ବୋଲି ଜଣାପଡ଼ିଥିଲା। ତେଣୁ ଦୁଇ ନବଜାତ ସିଂହ ଶିଶୁଙ୍କ ସୁରକ୍ଷା ପାଇଁ ମା’ଠାରୁ ଅଲଗା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମୃତ ଶାବକଦ୍ୱୟଙ୍କୁ ପୋତି ଦେବା ସହ ଦୁଇ ଜୀବିତ ଛୁଆଙ୍କୁ ଲାଳନପାଳନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ଏହି ନବଜାତ ସିଂହ ଶାବକ ୨ଟିଙ୍କୁ ମିଶାଇଲେ ନନ୍ଦନକାନନର ମୋଟ ସିଂହ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.