ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଏସୀୟ ସିଂହୀ ରେବା ଗର୍ଭରୁ ୪ଟି ଶାବକ ଜନ୍ମ

0

ଭୁବନେଶ୍ୱର; ଆଜି ସକାଳେ ନନ୍ଦନକାନନ ପ୍ରାଣୀଉଦ୍ୟାନ ସିଂହ ସଫାରିରେ ଏସୀୟ ସିଂହୀ ରେବା ୪ଟି ଶାବକଙ୍କୁ ଜନ୍ମ ଦେଇଛି। ମଧ୍ୟପ୍ରଦେଶ ଇନ୍ଦୋର ଚିଡ଼ିଆଖାନାରୁ ଆସିଥିବା ସିଂହୀ ରେବା ଓ ନନ୍ଦନକାନନ ସିଂହୀ ରାଧା ଗର୍ଭରୁ ଜନ୍ମିତ ଜିତ୍‌ର ମିଳନରୁ ଏହି ଶାବକମାନେ ଜନ୍ମ ନେଇଛନ୍ତି। ରେବାର ଏହା ପ୍ରଥମ ଗର୍ଭ। ତେଣୁ ଉପଯୁକ୍ତ ଯତ୍ନ ନେଇନପାରିବାରୁ ରେବାର ୨ଟି ଶାବକଙ୍କ ମୃତ୍ୟୁ ହୋଇଯାଇଛି। ଗୋଟିଏ ମୃତଶାବକ ଜନ୍ମ ହୋଇଥିବା ବେଳେ ଗୋଟିଏ ଜନ୍ମ ପରେ ମରିଥିବା ଜଣାପଡ଼ିଛି। ଆଜି ସକାଳୁ ଜନ୍ତୁରକ୍ଷକମାନେ ରେବା ଜନ୍ମ ଦେଇଥିବା ଜାଣିବାକୁ ପାଇଥିଲେ। ସେତେବେଳକୁ ଗୋଟିଏ ମଲା ଛୁଆ ମା’ଠୁ ଦୂରରେ ପଡ଼ିଥିବା ବେଳେ ଗୋଟିକର ମୃତଦେହର ଅଧା ପଡ଼ିଥିଲା।

ଖବର ପାଇ ନନ୍ଦନକାନନ କର୍ତ୍ତୃପକ୍ଷ ଓ ଡାକ୍ତରୀ ଟିମ୍‌ ସଫାରିରେ ପହଞ୍ଚିଥିଲେ। ପ୍ରଥମଥର ମା’ ହୋଇଥିବାରୁ ରେବା ଅନ୍ୟ ଦୁଇ ଛୁଆଙ୍କୁ ସ୍ତନ୍ୟପାନ କରାଇ ବଞ୍ଚାଇ ପାରିବ ନାହିଁ ବୋଲି ଜଣାପଡ଼ିଥିଲା। ତେଣୁ ଦୁଇ ନବଜାତ ସିଂହ ଶିଶୁଙ୍କ ସୁରକ୍ଷା ପାଇଁ ମା’ଠାରୁ ଅଲଗା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମୃତ ଶାବକଦ୍ୱୟଙ୍କୁ ପୋତି ଦେବା ସହ ଦୁଇ ଜୀବିତ ଛୁଆଙ୍କୁ ଲାଳନପାଳନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ଏହି ନବଜାତ ସିଂହ ଶାବକ ୨ଟିଙ୍କୁ ମିଶାଇଲେ ନନ୍ଦନକାନନର ମୋଟ ସିଂହ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.