ପ୍ରମୁଖ ଖବର

ମହାକୁମ୍ଭ ବୁଲାଇବାକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ
ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି
ମହାକୁମ୍ଭରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍
ନବରଙ୍ଗପୁର ଉମରକୋଟ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଓ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ବୁନ୍ଦେଲା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ
ଆତିଶୀ ହେବେ ଦିଲ୍ଲୀ ବିଧାନସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତା
ଢ଼େଙ୍କାନାଳ: ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡିଙ୍କୁ ଶିକ୍ଷାଭାରତୀ ସମ୍ମାନ

0

ଭୁବନେଶ୍ୱର, ୧୨/୦୧: ସର୍ବଭାରତୀୟ ଶିକ୍ଷା ସଂସ୍ଥା, ସେଂଟର ଫର୍ ଏକ୍ସଲେନ୍ସ ଡେଭେଲପମେଂଟ (ସିଇଡି) ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍‌ଡି ଶ୍ରୀ ପ୍ରୀତମ ନାୟକଙ୍କୁ ଶିକ୍ଷା ଭାରତୀ ସମ୍ମାନ ପ୍ରଦାନ କରାଯାଇଛି । ଉତରପ୍ରଦେଶ ଗୁରୁଗ୍ରାମ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ସିଇଡିର ସଂସ୍ଥାପକ – ସଭାପତି ତଥା ସେଂଟ ଜାଭିଅର୍ ଗ୍ରୁପ୍‌ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡକ୍ଟର ପ୍ରିୟଦର୍ଶୀ ନାୟକ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଉତରପ୍ରଦେଶର ପରିବହନ ବିଭାଗ ମନ୍ତ୍ରୀ ଶ୍ରୀ ଦୟାଶଙ୍କର, ମହିଳା କଲ୍ୟାଣ ଓ ଶିଶୁ ବିକାଶ ବିଭାଗର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତି ପ୍ରତିଭା ଶୁକ୍ଳା ପ୍ରମୁଖ ଯୋଗ ଦେଇଥିଲେ । ସିଇଡି ଅଧିନରେ ୯୬୦ଟି ସ୍କୁଲ୍ ଓ ୧୨୦୦ ରୁ ଅଧିକ ଉଚ୍ଚ ଶିକ୍ଷାନୁଷ୍ଠାନ ସଦସ୍ୟ ସାମିଲ ଅଛନ୍ତି । ଏହି ଅବସରରେ ଡକ୍ଟର ପ୍ରିୟଦର୍ଶୀ ନାୟକ କହିଥିଲେ ଯେ ସିଇଡି ଜାତୀୟ ଶିକ୍ଷାନୀତିକୁ ୨୦୨୩ରେ ସଂପୂର୍ଣ୍ଣ ଲାଗୁ କରିବାକୁ ସମସ୍ତ ଉଦ୍ୟମ କରିବ । ଫଳରେ ଦେଶର ଉଚ୍ଚ ଶିକ୍ଷାର ମାନ ବୃଦ୍ଧି ପାଇବା ସହ ଶିକ୍ଷାଦାତାଙ୍କୁ ଅଧିକ ସଶକ୍ତ କରାଯାଇପାରିବ । ଦେଶର ପ୍ରଗତି ପାଇଁ ଶିକ୍ଷାର ଗୁଣବତା ବୃଦ୍ଧି ଅତ୍ୟନ୍ତ ଆବଶ୍ୟକ । ଏହା ନ ହେଲେ ଦେଶର ଭବିଷ୍ୟତ ନିର୍ମାଣ କରାଯାଇପାରିବ ନାହିଁ ବୋଲି ସେ କହିଥିଲେ ।

ଡ. ପ୍ରିୟଦର୍ଶୀ ନାୟକ କହିଥିଲେ ଯେ, ଭାରତୀୟ ଶିକ୍ଷା ବ୍ୟବସ୍ଥାରେ କ୍ରାନ୍ତିକାରୀ ପ୍ରଗତି ନିମନ୍ତେ ବର୍ତମାନ ଯେଉଁ ସବୁ ଆହ୍ୱାନ ରହିଛି ସେ ସବୁର ଦୃଢ ମୁକାବିଲା କରିବା ଆବଶ୍ୟକ । ଏହା ଫଳରେ ଉଚ୍ଚଶିକ୍ଷାର ମାନରେ ଅଗ୍ରଗତି ଘଟିବ ଏବଂ ଦେଶ ବିଶ୍ୱ ସ୍ତରରେ ଶୀର୍ଷ ସ୍ଥାନରେ ପହଂଚିପାରିବ । ଏହି ଅବସରରେ ସୋଆର ପ୍ରୋ-ଚାନ୍‌ସେଲର ପ୍ରଫେସର ଅମିତ ବାନାର୍ଜୀଙ୍କ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନର କୁଳପତି ଓ ଶିକ୍ଷାବିତ୍ ଭାଗ ନେଇଥିଲେ ।

Leave A Reply

Your email address will not be published.