ପ୍ରମୁଖ ଖବର

ମହାକୁମ୍ଭ ବୁଲାଇବାକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ
ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି
ମହାକୁମ୍ଭରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍
ନବରଙ୍ଗପୁର ଉମରକୋଟ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଓ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ବୁନ୍ଦେଲା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ
ଆତିଶୀ ହେବେ ଦିଲ୍ଲୀ ବିଧାନସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତା
ଢ଼େଙ୍କାନାଳ: ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଲାଗିଲା ପ୍ରଶ୍ନଚିହ୍ନ

0

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକ ଗସ୍ତରେ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାକୁ ନେଇ ଘଟିଥିବା ଅଘଟଣ ସମସ୍ତଙ୍କୁ ଚକିତ କରିଦେଇଛି।। କର୍ଣ୍ଣାଟକର ହୁବୁଳିରେ ଆଜି ପ୍ରଧାନମନ୍ତ୍ରୀ ରୋଡ଼ ଶୋ’ କରୁଥିବା ବେଳେ ଜଣେ ବ୍ୟକ୍ତି ସୁରକ୍ଷା ବଳୟକୁ ଭେଦ କରି ମୋଦିଙ୍କ ବେକରେ ଏକ ଫୁଲମାଳ ପିନ୍ଧାଇବାକୁ ଉଦ୍ୟମ କରିଥିଲେ। ସେ ମୋଦିଙ୍କ ଆଡ଼କୁ ହଠାତ୍‌ ଦଉଡ଼ି ଆସୁଥିବା ବେଳେ ସୁରକ୍ଷାକର୍ମୀମାନେ ତାଙ୍କୁ ଟେକି ନେଇଥିଲେ। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ; ଆଜି ନ୍ୟାସନାଲ୍ ୟୁଥ୍ ଫେଷ୍ଟିଭାଲର ଉଦଘାଟନ କରିବା ପାଇଁ କର୍ଣ୍ଣାଟକର ହୁବଲୀରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ବିଶାଳ ରୋଡ ସୋ’ର ଆୟୋଜନ କରାଯାଇଥିଲା । ମୋଦୀଙ୍କ ସ୍ୱାଗତ ପାଇଁ ରାସ୍ତାର ଦୁଇ ପାଶ୍ୱର୍ରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । କାରର ଡୋର୍ ନିକଟରେ ଛିଡ଼ା ହୋଇ ହାତ ହଲାଇ ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ । ଫୁଲ ବର୍ଷା, ନାରାବାଜି ଭିତରେ ମୋଦୀଙ୍କ ଗାଡ଼ି ଆଗକୁ ଗଡୁଥିଲା । ଏହି ସମୟରେ ହଠାତ୍ ଜଣେ ଯୁବକ ହାତରେ ଫୁଲମାଳ ଧରି ସୁରକ୍ଷା ବାଡ଼ ଭିତରକୁ ପଶି ଆସିଥିଲେ । କେହି କିଛି ବୁଝିବା ପୂର୍ବରୁ ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ମୋଦୀ ଅତି ନିକଟକୁ ଚାଲି ଆସିଥିଲେ । ଏବଂ ଫୁଲମାଳ ବଢାଇବାକୁ ଉଦ୍ୟମ କରିଥିଲେ । ସେହି ସମୟରେ ଯୁବକଙ୍କୁ କାବୁ କରି ବାହାରକୁ ନେଇ ଯାଇଥିଲେ ଏସପିଜି ଯବାନ । କିନ୍ତୁ ଯୁବକଙ୍କ ହାତରୁ ଫୁଲମାଳ ନେଇ ଯାଇଥିଲେ ପ୍ରଧାନମନ୍ତ୍ରୀ ।

ଏତେ ବ୍ୟବସ୍ଥା ପରେ ବି କିପରି ଜଣେ ମୋଦୀଙ୍କ ଅତି ନିକଟକୁ ଚାଲି ଆସିବାକୁ ସମର୍ଥ ହେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏହା ଦ୍ବିତୀୟ ଘଟଣା। କାରଣ ଗତବର୍ଷ ଜାନୁଆରୀ ମାସରେ ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ କାଭାଲକେଡ୍ ୧୫ ମିନିଟରୁ ଅଧିକ ସମୟ ଅଟକି ଯାଇଥିଲା । ପାକିସ୍ତାନ ସୀମା ନିକଟ ଜାତୀୟ ସହିଦ ସ୍ମାରକୀଙ୍କୁ ଯିବା ବେଳେ ଆନ୍ଦୋଳନରତ କୃଷକ ରାସ୍ତା ଅବରୋଧ କରିଥିଲେ ।

Leave A Reply

Your email address will not be published.