ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ସମସ୍ତ ଛୁଟି ବାତିଲ, ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ
ହାଇ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ
ବାଲେଶ୍ୱର ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ
ଅନିର୍ଦ୍ଦିଷ୍ଟ କାଳ ଯାଏ ଆଇପିଏଲ ସ୍ଥଗିତ
ମେ ୧୫ ତାରିଖ ସକାଳ ସାଢେ ୫ଟା ଯାଏଁ ଦେଶର ୨୪ଟି ବିମାନବନ୍ଦର ବନ୍ଦ ରହିବ
ସବୁ ରାଜ୍ୟକୁ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ, ସିଭିଲ ଡିଫେନ୍ସ ନିୟମ ଅନୁଯାୟୀ ଜରୁରୀ କ୍ଷମତା ହେବ ପ୍ରୟୋଗ

ଆଜି ଦ୍ୱିତୀୟ ଦିନିକିଆ ଭାରତ-ଶ୍ରୀଲଙ୍କା ମ୍ୟାଚ୍

0

କୋଲକତା; ଆଜି ଦ୍ୱିତୀୟ ଦିନିକିଆରେ ମୁହଁମୁହିଁ ହେବ ଭାରତ-ଶ୍ରୀଲଙ୍କା । ମ୍ୟାଚ ଜିତି ସିଂହଳ ଟିମକୁ ମାତ ଦେବାକୁ ପଡିଆକୁ ଓହ୍ଲାଇବ ରୋହିତ ବାହିନୀ । ଇଡେନଗାର୍ଡେନରେ ପୁଣି ଥରେ ଟିମ୍ ଇଣ୍ଡିଆ ଠାରୁ କ୍ରିକେଟ ପ୍ରେମୀ ବଡ ସ୍କୋରର ଆଶା ରଖିଛନ୍ତି । ରୋହିତଙ୍କ ‌ପସନ୍ଦର ପଡ଼ିଆ ଇଡେନ୍‌ ଗାର୍ଡେନ୍ସରେ ଦ୍ବିତୀୟ ମ୍ୟାଚ୍‌ ଖେଳା ଯାଉଥିବାରୁ ବଡ଼ ସ୍କୋର୍‌ ଆଶାରେ ଅଛନ୍ତି ରୋହିତ ।

ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ୬୭ ରନରେ ହରାଇଛି ଭାରତ। ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟରେ ୩୭୪ ରନ କରିଥିଲା। ଭାରତ ପକ୍ଷରୁ ରୋହିତ ଶର୍ମା ୮୩ ରନ, ଶୁଭମନ ଗିଲ ୭୦ ରନ କରିଥିବା ବେଳେ କେଏଲ ରାହୁଲ ୩୯ ରନ ଓ ଶ୍ରେୟସ ଆୟର ୨୩ରନ କରିଥିଲେ। ବିରାଟ କୋହଲି ୧୧୩ ରନ କରି ଆଉଟ ହୋଇଥିଲେ।

ଯୁବ ଓପନର୍‌ ଶୁବମନ ଗିଲ୍‌ ମଧ୍ୟ ପ୍ରଥମ ଦିନିକିଆରେ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଫଳରେ ମଙ୍ଗଳବାର ପରି ଗୁରୁବାର ଶୀର୍ଷ ୩ ବ୍ୟାଟିଂକ୍ରମ ଶ୍ରୀଲଙ୍କାକୁ ଅଡ଼ୁଆରେ ପକାଇବା ସମ୍ଭାବନା ରହିଛି। ଶ୍ରେୟସ ଆୟର ଓ କେଏଲ୍‌ ରାହୁଲ ପୂର୍ବରୁ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଖେଳିବା ପ୍ରାୟ ନିଶ୍ଚିତ ‌ରହିଛି। ୱିକେଟ୍‌ରକ୍ଷକ ଦାୟିତ୍ବରେ ରାହୁଲ ରହିବେ । ତେଣୁ ଏହି ମ୍ୟାଚ୍‌ରେ ଈଶାନ ‌କିଶନ ଖେଳିବାର ସମ୍ଭାବନା ପ୍ରାୟ ନାହିଁ। ମହମ୍ମଦ ସାମିଙ୍କ ନେତୃତ୍ବରେ ମହମ୍ମଦ ସିରାଜ, ଉମ୍ରାନ ମଲ୍ଲିକ ଓ ହାର୍ଦିକ୍‌ ପାଣ୍ଡ୍ୟା ଦ୍ରୁତ ବୋଲିଂ ଭାର ସମ୍ଭାଳିବେ ।

ତେବେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ପଡିଆକୁ ଓଲେଇବେ ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍‌ ରାହୁଲ (ୱିକେଟ୍‌ରକ୍ଷକ), ହାର୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଅକ୍ଷର ପଟେଲ, ମହମ୍ମଦ ସିରାଜ, ମହମ୍ମଦ ସାମି, ଉମ୍ରାନ ମଲିକ, ୟୁଝବେନ୍ଦ୍ର ଚହଲ।

ସେହିପରି ଦସୁନ ଶଣଙ୍କା ଅଧିନାୟକତ୍ୱରେ ପଡିଆକୁ ଓହ୍ଲାଇବ ସିଂହଳ ବାହିନୀ। ମ୍ୟାଚ୍ ହାତେଇବା ପାଇଁ ଶଣଙ୍କାଙ୍କ ମନବଳ ବଢାଇବେ ଉପଅଧିନାୟକ କୁସାଲ ମେଣ୍ଡିସ, ପଥୁମ ନିଶାଙ୍କ, ଅଭିଷ୍କା ଫର୍ଣ୍ଣାଣ୍ଡୋ, ଧନଞ୍ଜୟ ଡି’ସିଲ୍‌ଭା, ଚରିତ ଅସଲଙ୍କା, ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣାରତ୍ନେ, ଦୁନିଥ ୱେଲାଲାଗେ, କସୁନ ରଜିତା, ଦିଲସାନ ମଦୁଶଙ୍କା।

Leave A Reply

Your email address will not be published.