ପ୍ରମୁଖ ଖବର

ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା
ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ
ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ମୃତ

୨ ଓଡିଆ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା

0

ଭୁବନେଶ୍ବର; ରାଜ୍ୟରେ ହକି ଫିଭର ଭିତରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ବିଶ୍ବକପରେ ଭାଗ ନେଉଥିବା ଦୁଇ ଓଡ଼ିଆ ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଆ ଖେଳାଳି ଅମିତ ରୋହିଦାସ ଓ ନିଲମ ସଂଜୀପ ଖେସଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି ନବୀନ ।

ଖବର ଅନୁଯାୟୀ, ଟୋକିଓ ଅଲିମ୍ପିକର ବ୍ରୋଞ୍ଜ ପଦକ ବିଜେତା ରୋହିଦାସ ଭାରତୀୟ ହକି ଟିମରେ ଉପଅଧିନାୟକ ଅଛନ୍ତି । ସେ ମୋଟ୍ ୧୨୭ଟି ମ୍ୟାଚ୍ ଖେଳିଥିବା ବେଳେ ୧୮ଟି ଅନ୍ତର୍ଜାତୀୟ ଗୋଲ୍ ସ୍କୋର କରିଛନ୍ତି । ସେହିପରି ନିଲମ ସଂଜୀପ ଖେସ ୩୦ଟି ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୫ଟି ଗୋଲ୍ ସ୍କୋର କରିଛନ୍ତି । ସୁନ୍ଦରଗଡ଼ର ଏହି ଦୁଇ ଖେଳାଳି ଭାରତୀୟ ଟିମ ପକ୍ଷରୁ ଆଜି ପଡିଆକୁ ଓହ୍ଲାଇବେ ।

Leave A Reply

Your email address will not be published.