ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ଆଜିଠୁ ହକି ମହାକୁମ୍ଭ, ବିର୍ସାମୁଣ୍ଡା ଷ୍ଟାଡିୟମରେ ମ୍ୟାଚ୍‌ ଦେଖିବେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର; କମ୍ପିବ କଳିଙ୍ଗ ଓ ବିର୍ସାମୁଣ୍ଡା ଷ୍ଟାଡିୟମ । ଆଜିଠୁ ଆରମ୍ଭ ହେଉଛି ପୁରୁଷ ହକି ବିଶ୍ବକପ । ବିଶ୍ବକପ୍‌ ପାଇଁ ସାରା ରାଜ୍ୟରେ ନାହିଁ ନଥିବା ଉତ୍ସାହ । ମହାକୁମ୍ଭର ପ୍ରଥମ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଦିନ ଗୋଟାଏରେ ଆରମ୍ଭ ହେବ ମ୍ୟାଚ୍‌ । ପ୍ରଥମ ମ୍ୟାଚରେ ମୁଁହାମୁହିଁ ହେବେ ଆର୍ଜେଣ୍ଟିନା ଓ ସାଉଥ ଆଫ୍ରିକା । ଦ୍ୱିତୀୟ ମ୍ୟାଚ ଅପରାହ୍ନ ୩ଟାରେ ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ମଧ୍ୟରେ ହେବ । ଏହି ଦୁଇଟି ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ।

ସେହିପରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆଜି ଦୁଇଟି ମ୍ୟାଚ୍‌ ଖେଳାଯିବ । ସଂଧ୍ୟା ୫ଟାରେ ଇଂଲଣ୍ଡ ଓ ଓ୍ବେଲସ ମଧ୍ୟରେ ଟକ୍କର ହେବାକୁ ଥିବାବେଳେ ସଂଧ୍ୟା ୭ଟାରେ ଇଣ୍ଡିଆ ଓ ସ୍ପେନ ମଧ୍ୟରେ ଟକ୍କର ହେବ ।

ସୂଚନାଯୋଗ୍ୟ; ହକି ମହାକୁମ୍ଭର ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ ପରେ ଆଜିଠୁ ଆରମ୍ଭ ହେଉଛି ଏହି ମେଗା ଟୁର୍ଣ୍ଣାମେଣ୍ଟ । ଆଜି ପ୍ରଥମ ଦିନରେ ୪ଟି ମ୍ୟାଚ୍ ଖେଳାଯିବ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଆଜି ୨ଟି ଲେଖାଏଁ ମ୍ୟାଚ ଖେଳାଯିବ । ଉଦଘାଟନୀ ମ୍ୟାଚ ରାଉରକେଲାରେ ଖେଳାଯିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉଦଘାଟନୀ ମ୍ୟାଚରେ ଉପସ୍ଥିିତ ରହିବେ । ଏଥିପାଇଁ ଆଜି ଅପରାହ୍ଣରେ ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ସେଠାରେ ଆଜି ରାତି କାଟିବେ ବୋଲି ସୂଚନା ମିଳିଛି । ଆଜି ମୁଖ୍ୟମନ୍ତ୍ରୀ ରାତିରେ ସେଠାରେ ରହିବା ପରେ ଶନିବାର ସକାଳୁ ଭୁବନେଶ୍ୱର ଅଭିମୂଖେ ବାହାରିବେ ବୋଲି ସୂଚନା ମିଳିଛି । ଏପଟେ ବିଶ୍ୱକପ ପାଇଁ ଷ୍ଟାଡିୟମ ପୁରା ପ୍ରସ୍ତୁତ ରହିଛି । ମୋଟ ୧୬ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି । ସନ୍ଧ୍ୟା ୭ଟାରେ ସ୍ପେନ ସହ ମ୍ୟାଚ ଖେଳିବ ଭାରତ ।

ଅପରପକ୍ଷରେ ହକି ବିଶ୍ବକପ୍ ପାଇଁ କଡା ସୁରକ୍ଷା ମଧ୍ୟରେ ରହିଛି ଭୁବନେଶ୍ବର ଓ ରାଉରକେଲା । ଭୁବନେଶ୍ବରରେ ୮୧ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଥିବା ବେଳେ ରାଉରକେଲାରେ ମୋଟ୍‌ ୫୬ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.