ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ଆଜି ମୁହାଁମୁହିଁ ହେବେ ୪ ଦଳ

0

ଭୁବନେଶ୍ବର; ହକି ବିଶ୍ବକପ୍ ୨୦୨୩, ଓଡ଼ିଶାରେ ଏହି ମ୍ୟାଚ୍ ଖେଳା ଯାଉଥିବାରୁ ଖେଳ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ମ୍ୟାଚ୍ ଦେଖିବା ପାଇଁ ଉଭୟ ବିର୍ସା ମୁଣ୍ଡାରେ ଓ କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କ ସୁଅ ଛୁଟୁଛି । ଏହି ମହାସମର ମଧ୍ୟରେ ଆଜି ଚତୁର୍ଥ ଦିନରେ ପହଞ୍ଚିଛି ହକି ବିଶ୍ବକପ୍ । ଚତୁର୍ଥ ଦିନରେ ଚାରୋଟି ମ୍ୟାଚ ଖେଳାଯିବ । ବିର୍ସା ମୁଣ୍ଡାରେ ଦୁଇଟି ଓ କଳିଙ୍ଗ ଷ୍ଟାଡିୟମରେ ଦୁଇଟି ମ୍ୟାଚ ଖେଳାଯିବ । ଦିନ ଗୋଟାଏରେ ମାଲେସିଆ ଓ ଚିଲି ମଧ୍ୟରେ ଟକ୍କର ହେବାକୁ ଥିବାବେଳେ ଦିନ ୩ଟାରେ ପୁଲ୍ ସିର ନ୍ୟୁଜିଲାଣ୍ଡ ଓ ନେଦରଲ୍ୟାଣ୍ଡସ ମଧ୍ୟରେ ମ୍ୟାଚ ହେବ । ଏହି ଦୁଇଟି ମ୍ୟାଚ ରାଉରକେଲାର ବିର୍ସା ମୁଣ୍ଡାରେ ଖେଳାଯିବ। ସେହିପରି କଳିଙ୍ଗ ଷ୍ଟାଡିୟମରେ ସଂଧ୍ୟା ୫ଟାରେ ହେବ ବଡ଼ ଟକ୍କର । ପୁଲ ଏର ଟିମ୍‌ ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟକ୍କର ହେବ । ପରେ ସଂଧ୍ୟା ୭ଟାରେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ଟକ୍କର ହେବ ।

ତେବେ ଗତକାଲି ବିଶ୍ବକପରେ ଦୁଇଟି ମ୍ୟାଚ ଖେଳାଯାଇଥିଲା । ଦ୍ବିତୀୟ ଟକ୍କରରେ ଟାଇ ରହିଲା ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ । ସବୁ କ୍ବାଟରରେ ଦେଖିବାକୁ ମିଳିଥିଲା ଜୋରଦାର ଟକ୍କର। ଉଭୟ ଟିମ୍କୁ ମିଳିଲା ଗୋଟିଏ ଲେଖାଏଁ ପଏଣ୍ଟ ।

Leave A Reply

Your email address will not be published.