ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଆଜିଠୁ ହକି ବିଶ୍ୱକପରେ କ୍ୱାର୍ଟର ଫାଇନାଲ ମୁକାବିଲା

0

ଭୁବନେଶ୍ବର : ଆଜିଠାରୁ ଆରମ୍ଭ ହେଲା ହକି ବିଶ୍ବକପରେ କ୍ବାର୍ଟର ଫାଇନାଲ ମୁକାବିଲା। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଦୁଇଟି ମ୍ୟାଚ । ଅପରାହ୍ନ ୪ଟା ୩୦ରେ ଅଷ୍ଟ୍ରେଲିଆ ଓ ସ୍ପେନ ଏବଂ ସଂଧ୍ୟା ୭ଟାରେ ବେଲଜିୟମକୁ ଭେଟିବ ନ୍ୟୁଜିଲାଣ୍ଡସ । ସିଧାସଳଖ କ୍ୱାର୍ଟରରେ ପ୍ରବେଶ କରିବା ପରେ ଅଷ୍ଟ୍ରେଲିଆ ଓ ବେଲଜିୟମ୍ ସେମିଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଆଉ ଏକ ବିଜୟ ଅପେକ୍ଷାରେ ରହିଛନ୍ତି ।

କ୍ବାର୍ଟର ଫାଇନାଲ ଟକ୍କର ଆରମ୍ଭ ହୋଇଥିବାରୁ ହକିପ୍ରେମୀଙ୍କୁ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି। ସେପଟେ ଶେଷ ଟିମ ଭାବେ ଗତକାଲି କ୍ବାର୍ଟରରେ ପ୍ରବେଶ କରିଛି କୋରିଆ । ପେନାଲ୍ଟି ସୁଟଆଉଟରେ ଆର୍ଜେଣ୍ଟିନାକୁ ୩-୨ ଗୋଲରେ ପରାସ୍ତ କରି କ୍ବାର୍ଟରରେ ପହଞ୍ଚିଛି କୋରିଆ । ସେହିପରି ପ୍ରଥମ କ୍ରସଓଭରରେ ଫ୍ରାନ୍ସକୁ ହରାଇ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ଜର୍ମାନୀ। ଫଳରେ ଅଷ୍ଟ୍ରେଲିଆ, ସ୍ପେନ୍, ବେଲଜିୟମ, ନିଉଜିଲ୍ୟାଣ୍ଡ, ନେଦରଲାଣ୍ଡସ, କୋରିଆ, ଇଂଲଣ୍ଡ, ଜର୍ମାନୀ କ୍ବାର୍ଟରରେ ପ୍ରବେଶ କରିଛନ୍ତି।

ସେହିପରି ଆସନ୍ତାକାଲି ତୃତୀୟ କ୍ୱାର୍ଟର ନେରଲାଣ୍ଡ-ଦକ୍ଷିଣ କୋରିଆ ଏବଂ ଶେଷ କ୍ୱାର୍ଟର ଇଂଲଣ୍ଡ ଓ ଜର୍ମାନୀ ମଧ୍ୟରେ ଖେଳାଯିବ । ଗତକାଲି ଆର୍ଜେଂଟିନା ଓ କୋରିଆ ମଧ୍ୟରେ କ୍ରସ୍ ଓଭର ମୁକାବିଲା ରହିଥିଲା । ଶକ୍ତିଶାଳୀ ଆର୍ଜେଂଟିନାକୁ ସୁଟ୍ଆଉଟ୍ରେ ପରାସ୍ତ କରି ଦକ୍ଷିଣ କୋରିଆ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ସେହିପରି ଅନ୍ୟ ଏକ ମ୍ୟାଚ ଜର୍ମାନୀ ଓ ଫ୍ରାନ୍ସ ମଧ୍ୟରେ ହୋଇଥିଲା । ଜର୍ମାନୀ ପ୍ରଥମ କ୍ୱାର୍ଟରରୁ ହିଁ ଫ୍ରାନ୍ସ ଉପରେ ପ୍ରଭାବ ବିସ୍ତାର କରିଚାଲିଥିଲା । ଫ୍ରାନ୍ସକୁ ୫-୧ ଗୋଲରେ ହରାଇ କ୍ୱାର୍ଟରରେ ନିଜ ସ୍ଥାନ ପକ୍କା କରିନେଇଛି ଜର୍ମାନୀ ।

Leave A Reply

Your email address will not be published.