ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଆଜିଠୁ ହକି ବିଶ୍ୱକପରେ କ୍ୱାର୍ଟର ଫାଇନାଲ ମୁକାବିଲା

0

ଭୁବନେଶ୍ବର : ଆଜିଠାରୁ ଆରମ୍ଭ ହେଲା ହକି ବିଶ୍ବକପରେ କ୍ବାର୍ଟର ଫାଇନାଲ ମୁକାବିଲା। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଦୁଇଟି ମ୍ୟାଚ । ଅପରାହ୍ନ ୪ଟା ୩୦ରେ ଅଷ୍ଟ୍ରେଲିଆ ଓ ସ୍ପେନ ଏବଂ ସଂଧ୍ୟା ୭ଟାରେ ବେଲଜିୟମକୁ ଭେଟିବ ନ୍ୟୁଜିଲାଣ୍ଡସ । ସିଧାସଳଖ କ୍ୱାର୍ଟରରେ ପ୍ରବେଶ କରିବା ପରେ ଅଷ୍ଟ୍ରେଲିଆ ଓ ବେଲଜିୟମ୍ ସେମିଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଆଉ ଏକ ବିଜୟ ଅପେକ୍ଷାରେ ରହିଛନ୍ତି ।

କ୍ବାର୍ଟର ଫାଇନାଲ ଟକ୍କର ଆରମ୍ଭ ହୋଇଥିବାରୁ ହକିପ୍ରେମୀଙ୍କୁ ମଧ୍ୟରେ ଉତ୍କଣ୍ଠା ଦେଖାଦେଇଛି। ସେପଟେ ଶେଷ ଟିମ ଭାବେ ଗତକାଲି କ୍ବାର୍ଟରରେ ପ୍ରବେଶ କରିଛି କୋରିଆ । ପେନାଲ୍ଟି ସୁଟଆଉଟରେ ଆର୍ଜେଣ୍ଟିନାକୁ ୩-୨ ଗୋଲରେ ପରାସ୍ତ କରି କ୍ବାର୍ଟରରେ ପହଞ୍ଚିଛି କୋରିଆ । ସେହିପରି ପ୍ରଥମ କ୍ରସଓଭରରେ ଫ୍ରାନ୍ସକୁ ହରାଇ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ଜର୍ମାନୀ। ଫଳରେ ଅଷ୍ଟ୍ରେଲିଆ, ସ୍ପେନ୍, ବେଲଜିୟମ, ନିଉଜିଲ୍ୟାଣ୍ଡ, ନେଦରଲାଣ୍ଡସ, କୋରିଆ, ଇଂଲଣ୍ଡ, ଜର୍ମାନୀ କ୍ବାର୍ଟରରେ ପ୍ରବେଶ କରିଛନ୍ତି।

ସେହିପରି ଆସନ୍ତାକାଲି ତୃତୀୟ କ୍ୱାର୍ଟର ନେରଲାଣ୍ଡ-ଦକ୍ଷିଣ କୋରିଆ ଏବଂ ଶେଷ କ୍ୱାର୍ଟର ଇଂଲଣ୍ଡ ଓ ଜର୍ମାନୀ ମଧ୍ୟରେ ଖେଳାଯିବ । ଗତକାଲି ଆର୍ଜେଂଟିନା ଓ କୋରିଆ ମଧ୍ୟରେ କ୍ରସ୍ ଓଭର ମୁକାବିଲା ରହିଥିଲା । ଶକ୍ତିଶାଳୀ ଆର୍ଜେଂଟିନାକୁ ସୁଟ୍ଆଉଟ୍ରେ ପରାସ୍ତ କରି ଦକ୍ଷିଣ କୋରିଆ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ସେହିପରି ଅନ୍ୟ ଏକ ମ୍ୟାଚ ଜର୍ମାନୀ ଓ ଫ୍ରାନ୍ସ ମଧ୍ୟରେ ହୋଇଥିଲା । ଜର୍ମାନୀ ପ୍ରଥମ କ୍ୱାର୍ଟରରୁ ହିଁ ଫ୍ରାନ୍ସ ଉପରେ ପ୍ରଭାବ ବିସ୍ତାର କରିଚାଲିଥିଲା । ଫ୍ରାନ୍ସକୁ ୫-୧ ଗୋଲରେ ହରାଇ କ୍ୱାର୍ଟରରେ ନିଜ ସ୍ଥାନ ପକ୍କା କରିନେଇଛି ଜର୍ମାନୀ ।

Leave A Reply

Your email address will not be published.