ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ବରିଷ୍ଠ ଆଇପିଏସ୍ ଡି ଏସ୍‌ କୁଟ୍ଟେଙ୍କୁ ରାଷ୍ଟ୍ରପତି ପୁଲିସ ପଦକ

0

ଭୁବନେଶ୍ବର: ୧୯୯୭ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍ (ଏଡ଼ିଜି ପାହ୍ୟାର ଅଫିସର) ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବତନ୍ତ୍ର ସଚିବ ଧୀରେନ୍ଦ୍ର ଶାମ୍ବାଜୀ କୁଟ୍ଟେଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ମିଳିବ। ୨୦୨୩ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ଘୋଷଣା କରିଛନ୍ତି। ଶ୍ରୀ କୁଟ୍ଟେ ଜଣେ ଦକ୍ଷ ଓ ସଚ୍ଚୋଟ ପୁଲିସ ଅଫିସର ଭାବେ ଓଡ଼ିଶା ପୁଲିସରେ ଜଣାଶୁଣା।

ସୂଚନାଯୋଗ୍ୟ; ୨୦୧୩ରେ ସେ ଡିଆଇଜି ଥିବା ବେଳେ ଉଲ୍ଲେଖନୀୟ କୃତିତ୍ବ ପାଇଁ ପୁଲିସ ପଦକ ପାଇଥିଲେ। ଶ୍ରୀ କୁଟ୍ଟେଙ୍କ ବ୍ୟତୀତ କଟକ ଭିଜିଲାନ୍ସରେ କାର୍ଯ୍ୟରତ କନଷ୍ଟେବଳ ପ୍ରଫୁଲ୍ଲ କୁମାର ରାଉତଙ୍କୁ ବି ରାଷ୍ଟ୍ରପତି ପୁଲିସ ପଦକ ମିଳିବ। ୨୦୨୩ ଅଗଷ୍ଟ ୧୫ ତାରିଖ ଦିନ ଉଭୟଙ୍କୁ ଏହି ପଦକ ପ୍ରଦାନ କରାଯିବ।

Leave A Reply

Your email address will not be published.