ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଜେଟ୍ ପ୍ୟାକ୍ ସୁଟ ପିନ୍ଧି ଶୂନ୍ୟରେ ଉଡିବେ ଭାରତୀୟ ସେନା

0

ନୂଆଦିଲ୍ଲୀ: ଏଣିକି ଶୂନ୍ୟରେ ଉଡିବେ ଭାରତୀୟ ସୈନ୍ୟ। ସେମାନଙ୍କ ଲାଗି ଆସିବ ଜେଟପ୍ୟାକ ସୁଟ୍ । ଏହି ସୁଟ୍ ବଳରେ ସେମାନେ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ଉଡିପାରିବେ । ଏନେଇ ପ୍ରାଥମିକ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ୪୮ଟି ଜେଟପ୍ୟାକ ସୁଟ, ୧୦୦ଟି ରୋବୋଟିକ ମ୍ୟୁଲ, ୧୩୦ଟି ନ୍ୟୁଜେନେରେସନ ଟିଥର୍ଡ ଡ୍ରୋନ ସିଷ୍ଟମ ହାସଲ ଲାଗି ନିଆଯାଇଛି ପଦକ୍ଷେପ ।

ସୂଚନା‌ଯୋଗ୍ୟ; ଭାରତୀୟ ସେନା ୪୮ଟି ଜେଟ୍ ପ୍ୟାକ୍ ସୁଟ୍ କିଣିବା ପ୍ରକ୍ରିୟା ଆରମ୍ଭ କରିଛି। ଏହି ଜେଟ୍ ପ୍ୟାକ୍ ସୁଟ୍ ର ଅନେକ ଲାଭ ଅଛି। ସୀମାରେ ପୋଷ୍ଟ କରାଯାଇଥିବା ଯବାନମାନେ ମଧ୍ୟ ଜେଟ୍ ପ୍ୟାକ୍ ସୁଟ୍ ପିନ୍ଧି ଉଡିପାରିବେ। ଜେଟ୍ ପ୍ୟାକ୍ ସୁଟରେ ପାଞ୍ଚଟି ଗ୍ୟାସ୍ ଟର୍ବାଇନ ଜେଟ୍ ଇଞ୍ଜିନ ଅଛି, ଯାହା ପ୍ରାୟ ୧୦୦୦ ହର୍ସ ପାୱାରର ଶକ୍ତି ଉତ୍ପାଦନ କରିଥାଏ। ଏହିପରି ସୁଟ୍ ଇନ୍ଧନ, ଡିଜେଲ କିମ୍ବା କିରୋସିନରେ ଚାଲିପାରିବ।

ଜେଟ୍ ପ୍ୟାକ୍ ସୁଟର ଗତି ଘଣ୍ଟା ପ୍ରତି ୫୦ କିଲୋମିଟର ଥିବାବେଳେ ଏହି ସୁଟ ପିନ୍ଧି ଭାରତୀୟ ଯବାନମାନେ ପ୍ରତିକୂଳ ପରିସ୍ଥିତିରେ ବି ସୀମା ଉପରେ ନଜର ରଖିପାରିବେ। ଫାଷ୍ଟଟ୍ରାକ ପ୍ରସିଡ୍ୟୁର ପ୍ରକ୍ରିୟାରେ ଏହା ହାସଲ ହେବ। ମଡର୍ଣ୍ଣ ପ୍ରପଲସନ ସିଷ୍ଟମ ଅନୁସାରେ ଏହି ସୁଟଗୁ଼ଡ଼ିକ ପ୍ରସ୍ତୁତ ହେବ । ଏହି ସୁଟ୍ ଜରିଆରେ ସହଜରେ ଉଡାଣ ଓ ଲ୍ୟାଣ୍ଡିଂ ସମ୍ଭବ ହୋଇପାରିବ । ସେହିପରି ୧୦ ହଜାର ଫୁଟ ଉଚ୍ଚରେ ୪ ପାଦ ବିଶିଷ୍ଟ ରୋବୋଟିକ ମ୍ୟୁଲ କାର୍ଯ୍ୟକରିବ।

Leave A Reply

Your email address will not be published.