ପ୍ରମୁଖ ଖବର

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଗୁରୁବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି
ଅବକାରୀ ଘୋଟାଲା ମାମଲାରେ ଏକାସାଙ୍ଗରେ ବଢିଲା କବିତା, କେଜ୍ରିଓ୍ବାଲ, ଓ ସିସୋଦିଆଙ୍କ ହାଜତ ଅବଧି

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ବାର୍ତ୍ତା ଦେଲେ ରାଷ୍ଟ୍ରପତି

0

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ଅଭିଭାଷଣ ଆରମ୍ଭରେ ରାଷ୍ଟ୍ରପତି ସ୍ବାଧୀନତା ସଂଗ୍ରାମୀ ଓ ସହିଦ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେ କହିଛନ୍ତି ଯେ, ଭାରତକୁ ଲୋକତନ୍ତ୍ରର ଜନନୀ ବୋଲି କୁହାଯାଏ। ବିବିଧତା ଭରା ଜନସମୁଦାୟ ଲୋକତନ୍ତ୍ରରେ ଯୋଡ଼ି ହୋଇଛି। ବିବିଧ ଭାଷା ଆମକୁ ଅଲଗା ନୁହେଁ, ଏକାଠି କରି ରଖିଛି। ଏହା ଆମ ଲୋକତନ୍ତ୍ରର ସ୍ୱତନ୍ତ୍ରତା। ଆମ ସମ୍ବିଧାନ ମାନବତାବାଦୀ ଦର୍ଶନ ସହ ଆଧୁନିକତାର ସମ୍ମିଶ୍ରଣ। ଭାରତ ଏବେ ବିଶ୍ୱରେ ଏକ ଆତ୍ମବିଶ୍ୱାସଭରା ରାଷ୍ଟ୍ରରେ ପରିଣତ ହୋଇଛି।  ଗାନ୍ଧିଙ୍କ ସ୍ୱପ୍ନ ସମସ୍ତଙ୍କୁ ଉତ୍ଥାନ କରାଯିବା ଏବେ ବି ବାକି ଅଛି।

ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ନୂତନ ଜାତୀୟ ଶିକ୍ଷାନୀତିକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ଏକବିଂଶ ଶତାବ୍ଦୀରେ ଶିକ୍ଷାର୍ଥୀମାନଙ୍କୁ ପ୍ରସ୍ତୁତ କରିବ । ଏଥିସହ ବାବାସାହେବ ଆମ୍ବେଦକରଙ୍କ ନିକଟରେ ଦେଶବାସୀ ଋଣି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚଳିତବର୍ଷ ଜି-୨୦ରେ ଭାରତର ଅଧ୍ୟକ୍ଷତା ନେଇ ଖୁସି ବ୍ୟକ୍ତି କରିଛନ୍ତି ରାଷ୍ଟ୍ରପତି ।

ଏହାସହ କରୋନା କାଳର ସେ କଷ୍ଟଦାୟକ ସମୟକୁ ମନେପକାଇ ରାଷ୍ଟ୍ରପତି କହିଛନ୍ତି ଯେ କରୋନା କାଳରେ ଜନତାଙ୍କ ଠାରୁ ସରକାର ପର୍ଯ୍ୟନ୍ତ ବହୁ ସମସ୍ୟାର ସାମ୍ନା କରିବାକୁ ପଡିଛି । ଏବେ ଦେଶ ମହାମାରୀ କବଳରୁ ମୁକ୍ତି ପାଇଛି । ଏହାସହ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଗରିବ ଲୋକଙ୍କ ଲାଭ ମିଳୁଥିବା କଥା ରାଷ୍ଟ୍ରପତି କହିଛନ୍ତି । ୨୦୨୩ ଶେଷ ପର୍ଯ୍ୟନ୍ତ ଅନ୍ନ ଯୋଜନା ଜାରି ରହିବ । କରୋନା ପରେ ଦେଶର ଅର୍ଥନୀତିରେ ଦ୍ରୁତ ସୂଧାର ଆସୁଛି ।

Leave A Reply

Your email address will not be published.