ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ବାର୍ତ୍ତା ଦେଲେ ରାଷ୍ଟ୍ରପତି

0

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ଅଭିଭାଷଣ ଆରମ୍ଭରେ ରାଷ୍ଟ୍ରପତି ସ୍ବାଧୀନତା ସଂଗ୍ରାମୀ ଓ ସହିଦ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେ କହିଛନ୍ତି ଯେ, ଭାରତକୁ ଲୋକତନ୍ତ୍ରର ଜନନୀ ବୋଲି କୁହାଯାଏ। ବିବିଧତା ଭରା ଜନସମୁଦାୟ ଲୋକତନ୍ତ୍ରରେ ଯୋଡ଼ି ହୋଇଛି। ବିବିଧ ଭାଷା ଆମକୁ ଅଲଗା ନୁହେଁ, ଏକାଠି କରି ରଖିଛି। ଏହା ଆମ ଲୋକତନ୍ତ୍ରର ସ୍ୱତନ୍ତ୍ରତା। ଆମ ସମ୍ବିଧାନ ମାନବତାବାଦୀ ଦର୍ଶନ ସହ ଆଧୁନିକତାର ସମ୍ମିଶ୍ରଣ। ଭାରତ ଏବେ ବିଶ୍ୱରେ ଏକ ଆତ୍ମବିଶ୍ୱାସଭରା ରାଷ୍ଟ୍ରରେ ପରିଣତ ହୋଇଛି।  ଗାନ୍ଧିଙ୍କ ସ୍ୱପ୍ନ ସମସ୍ତଙ୍କୁ ଉତ୍ଥାନ କରାଯିବା ଏବେ ବି ବାକି ଅଛି।

ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ନୂତନ ଜାତୀୟ ଶିକ୍ଷାନୀତିକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ଏକବିଂଶ ଶତାବ୍ଦୀରେ ଶିକ୍ଷାର୍ଥୀମାନଙ୍କୁ ପ୍ରସ୍ତୁତ କରିବ । ଏଥିସହ ବାବାସାହେବ ଆମ୍ବେଦକରଙ୍କ ନିକଟରେ ଦେଶବାସୀ ଋଣି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚଳିତବର୍ଷ ଜି-୨୦ରେ ଭାରତର ଅଧ୍ୟକ୍ଷତା ନେଇ ଖୁସି ବ୍ୟକ୍ତି କରିଛନ୍ତି ରାଷ୍ଟ୍ରପତି ।

ଏହାସହ କରୋନା କାଳର ସେ କଷ୍ଟଦାୟକ ସମୟକୁ ମନେପକାଇ ରାଷ୍ଟ୍ରପତି କହିଛନ୍ତି ଯେ କରୋନା କାଳରେ ଜନତାଙ୍କ ଠାରୁ ସରକାର ପର୍ଯ୍ୟନ୍ତ ବହୁ ସମସ୍ୟାର ସାମ୍ନା କରିବାକୁ ପଡିଛି । ଏବେ ଦେଶ ମହାମାରୀ କବଳରୁ ମୁକ୍ତି ପାଇଛି । ଏହାସହ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଗରିବ ଲୋକଙ୍କ ଲାଭ ମିଳୁଥିବା କଥା ରାଷ୍ଟ୍ରପତି କହିଛନ୍ତି । ୨୦୨୩ ଶେଷ ପର୍ଯ୍ୟନ୍ତ ଅନ୍ନ ଯୋଜନା ଜାରି ରହିବ । କରୋନା ପରେ ଦେଶର ଅର୍ଥନୀତିରେ ଦ୍ରୁତ ସୂଧାର ଆସୁଛି ।

Leave A Reply

Your email address will not be published.