ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ଗ୍ରାଣ୍ଡସ୍ଲାମ ଟେନିସରୁ ବିଦାୟ ନେଲେ ସାନିଆ ମିର୍ଜା

0

ମେଲବୋର୍ଣ୍ଣ; ନିଜର ଶେଷ ଗ୍ଲାଣ୍ଡସ୍ଲାମ ଖେଳୁଥିବା ସାନିଆଙ୍କୁ ଫାଇନାଲରେ ପରାସ୍ତ ହେବାକୁ ପଡ଼ିଛି। ଏଥିସହ ସେ ଅଷ୍ଟ୍ରେଲିଆ ଓପନରେ ରନର୍ସଅପ୍‌ ସହ ନିଜ ଟେନିସ କ୍ୟାରିୟରକୁ ଅଲବିଦା କହିଛନ୍ତି। ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ସାନିଆ ଅଷ୍ଟ୍ରେଲିଆ ଓପନର ମିକ୍ସଡ ଡବଲ୍ସ ଫାଇନାଲରେ ପ୍ରବେଶ କରିଥିଲେ।

ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍ ଓପନ୍ ମିକ୍ସଡ୍ ଡବଲ୍ସ ଫାଇନାଲରେ ସାନିଆ ଓ ରୋହନ ବୋପନ୍ନାଙ୍କ ଯୋଡ଼ି ବ୍ରାଜିଲର ଲୁଇସା ଷ୍ଟେଫାନୀ ଓ ରାଫେଲ ମାଟୋସଙ୍କ ନିକଟରୁ ପରାସ୍ତ ହୋଇଛନ୍ତି । ଏହି ମ୍ୟାଚରେ ଭାରତୀୟ ଯୋଡ଼ି ୬-୭, ୨-୬ ସେଟରେ ପରାସ୍ତ ହୋଇଛନ୍ତି । ପରାଜୟ ସହ ସାନିଆଙ୍କ ଗ୍ରାଣ୍ଡସ୍ଲାମ କ୍ୟାରିୟର ଶେଷ ହୋଇଛି । ମ୍ୟାଚ୍ ହାରିବା ପରେ ସାନିଆ ଖୁବ୍ ଭାବବିହ୍ୱଳ ହୋଇପଡ଼ିଥିଲେ ।

ଏହି ପରାଜୟ ସହ ସାନିଆ ଓ ବୋପାନ୍ନାଙ୍କୁ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସାନିଆ ଅଷ୍ଟ୍ରେଲିଆ ଓପନ ପରେ ଅବସର ନେବେ ବୋଲି ଘୋଷଣା କରିଥିଲେ। ସେହି ଅନୁସାରେ ସେ ମ୍ୟାଚ୍‌ ସରିବା ପରେ ସମସ୍ତଙ୍କୁ କୃତଜ୍ଞତା ଜଣାଇ ଟେନିସକୁ ଅଲବିଦା କହିଛନ୍ତି।

ସାନିଆ ତାଙ୍କ ଦୀର୍ଘ ବର୍ଷର ଟେନିସ କ୍ୟାରିୟର ମଧ୍ୟରେ ୬ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି। ଏଥିରେ ୩ଟି ମହିଳା ଡବଲ୍ସ ଓ ୩ଟି ମିକ୍ସଡ ଡବଲ୍ସ ରହିଛି। ସାନିଆ ନିଜର ବିଦାୟୀ ଭାଷଣରେ କାନ୍ଦି ପକାଇଥିଲେ। ସେ କହିଥିଲେ ଯେ “ରୋହନ ହେଉଛନ୍ତି ମୋର ପ୍ରଥମ ମିକ୍ସଡ ଡବଲ୍ସ ପାର୍ଟନର। ମାତ୍ର ୧୪ ବର୍ଷ ବୟସରେ ଆମେ ଏକାଠି ଖେଳି ଟୁର୍ଣ୍ଣାମେଣ୍ଟ ଜିତିଥିଲୁ।

ପୂର୍ବତନ ପାକିସ୍ତାନ କ୍ରିକେଟର ସୋଏବ ମଲିକଙ୍କୁ ବିବାହ କରିଥିବା ସାନିଆଙ୍କ ପୁଅ ଏଜହାନ ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ତାଙ୍କ ଉଦ୍ଦେଶ୍ୟରେ ସାନିଆ କହିଛନ୍ତି, “ମୋ ପିଲା ସାମ୍ନାରେ ମୁଁ ଗ୍ରାଣ୍ଡସ୍ଲାମ ଫାଇନାଲ ଖେଳିବି ବୋଲି କେବେ ଭାବି ନଥିଲି। ତେଣୁ ମୋ ୪ ବର୍ଷର ପୁଅ ଓ ମୋ ବାପା ମା’ ଏଠାରେ ଉପସ୍ଥିତ ଥିବାରୁ ଏହି ଦିନଟି ଆହୁରି ସ୍ୱତନ୍ତ୍ର ହୋଇଛି।”

Leave A Reply

Your email address will not be published.