ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି ମହେନ୍ଦ୍ର କୁମାର ସେଠୀ

0

କେନ୍ଦୁଝର: ଆଜି ପୁଣି ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣି ମହେନ୍ଦ୍ର କୁମାର ସେଠୀ। ଛୁଟି ଦରମା କରାଇଦେବା ପାଇଁ ଜଣେ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଶ୍ରୀ ସେଠୀ।

ସୂଚନା ଅନୁସାରେ ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣି ମହେନ୍ଦ୍ର ସେଠୀ ଯୋଡ଼ାର ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଶୁଭାଶିଷ ମହାପାତ୍ରଙ୍କର ୨୦୨୨ ଜାନୁଆରି ୧୭ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଛୁଟିର ଦରମା କରିଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ଆଜି ସକାଳେ ଡାକ୍ତର ଶୁଭାଶିଷଙ୍କ ନିକଟରୁ କାର୍ଯ୍ୟାଳୟରେ ୧୦ ହଜାର ଟଙ୍କା ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ମାଡ଼ି ବସିଥିଲା। ଭିଜିଲାନ୍ସର ଟିମ୍ ତାଙ୍କର ଚମ୍ପୁଆ ସରକାରୀ କାର୍ଯ୍ୟାଳୟ , ବାସଭବନ ସମେତ ଯାଜପୁର ଜିଲ୍ଲାର ନିଜ ଘରେ ମଧ୍ୟ ଏକକାଳୀନ ଚଢ଼ାଉ କରାଯାଉଛି।

Leave A Reply

Your email address will not be published.