ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ, ଡାକ୍ତର ଦମ୍ପତିଙ୍କ ସମେତ ୬ଜଣଙ୍କର ମୃତ୍ୟୁ

0

ଝାଡଖଣ୍ଡ: ଶୁକ୍ରବାର ରାତିରେ ଝାଡ଼ଖଣ୍ଡର ଧାନବାଦ ଅନ୍ତର୍ଗତ ପୁରୁଣା ବଜାରସ୍ଥିତ ହଜ୍‌ରା ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିବାରୁ ଶ୍ବାସରୁଦ୍ଧ ହୋଇ ଡାକ୍ତର ଦମ୍ପତିଙ୍କ ସମେତ ଅନ୍ୟୂନ ୬ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ୯ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି, ଡାକ୍ତର ବିକାଶ ହଜ୍‌ରା ଓ ତାଙ୍କ ପତ୍ନୀ ଡାକ୍ତର ପ୍ରେମା ହଜ୍‌ରା ଏବଂ ଡାକ୍ତରଖାନାର ଅନ୍ୟାନ୍ୟ କର୍ମଚାରୀ।

ସର୍ଟ ସର୍କିଟ୍‌ ଯୋଗୁଁ ଡାକ୍ତରଖାନାର ଦ୍ବିତୀୟ ତାଲାରେ ନିଆଁ ଲାଗିଥିଲା ବୋଲି ସୂଚନା ମିଳିଛି। ଏହାପରେ, ନିଆଁ କ୍ରମଶଃ ପ୍ରଥମ ତାଲାକୁ ବ୍ୟାପିଥିଲା। ତେଣୁ, ପ୍ରଥମ ତାଲାରେ ଶୋଇଥିବା ଲୋକମାନଙ୍କର ଆଉ ରକ୍ଷା ପାଇବାର ଉପାୟ ନ ଥିଲା। ନିଆଁ ଲିଭାଇବା ବ୍ୟବସ୍ଥା ନ ଥିବାରୁ ଘରର କୋଠରିରେ ଧୂଆଁ ଭରିଯାଇଥିଲା। ଫ‌ଳରେ ଶ୍ବାସରୁଦ୍ଧ ହୋଇ ଡାକ୍ତର ଦମ୍ପତିଙ୍କ ସମେତ ୬ଜଣଙ୍କର ମୃତ୍ୟୁ ଘଟିଥିଲା।

ଅଗ୍ନିଶମ ବିଭାଗକୁ ସୂଚନା ଦିଆଯିବା ପରେ ଦୁଇଟି ଦମକଳ ପହଞ୍ଚି ଡାକ୍ତରଖାନାରୁ ସମୁଦାୟ ୯ଜଣଙ୍କୁ ଉଦ୍ଧାର କରିଥିଲେ। ଚିକିତ୍ସା ନିମନ୍ତେ ସେମାନଙ୍କୁ ନିକଟରେ ଥିବା ପାଟଳିପୁତ୍ର ନର୍ସିଂହୋମ୍‌ରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କ କହିବା ଅନୁସାରେ, ନିଆଁ ପ୍ରତିରୋଧ ନିମନ୍ତେ ଡାକ୍ତରଖାନାରେ ବିଶେଷ ସୁରକ୍ଷା ବ୍ୟବସ୍ଥା ନ ଥିଲା। ‘ଆଣ୍ଟିଫାୟାର୍‌ ମେସିନ୍’ ବି ସକ୍ରିୟ କରାଯାଇ ନ ଥିଲା।

Leave A Reply

Your email address will not be published.