ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ, ଡାକ୍ତର ଦମ୍ପତିଙ୍କ ସମେତ ୬ଜଣଙ୍କର ମୃତ୍ୟୁ

0

ଝାଡଖଣ୍ଡ: ଶୁକ୍ରବାର ରାତିରେ ଝାଡ଼ଖଣ୍ଡର ଧାନବାଦ ଅନ୍ତର୍ଗତ ପୁରୁଣା ବଜାରସ୍ଥିତ ହଜ୍‌ରା ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିବାରୁ ଶ୍ବାସରୁଦ୍ଧ ହୋଇ ଡାକ୍ତର ଦମ୍ପତିଙ୍କ ସମେତ ଅନ୍ୟୂନ ୬ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ୯ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି, ଡାକ୍ତର ବିକାଶ ହଜ୍‌ରା ଓ ତାଙ୍କ ପତ୍ନୀ ଡାକ୍ତର ପ୍ରେମା ହଜ୍‌ରା ଏବଂ ଡାକ୍ତରଖାନାର ଅନ୍ୟାନ୍ୟ କର୍ମଚାରୀ।

ସର୍ଟ ସର୍କିଟ୍‌ ଯୋଗୁଁ ଡାକ୍ତରଖାନାର ଦ୍ବିତୀୟ ତାଲାରେ ନିଆଁ ଲାଗିଥିଲା ବୋଲି ସୂଚନା ମିଳିଛି। ଏହାପରେ, ନିଆଁ କ୍ରମଶଃ ପ୍ରଥମ ତାଲାକୁ ବ୍ୟାପିଥିଲା। ତେଣୁ, ପ୍ରଥମ ତାଲାରେ ଶୋଇଥିବା ଲୋକମାନଙ୍କର ଆଉ ରକ୍ଷା ପାଇବାର ଉପାୟ ନ ଥିଲା। ନିଆଁ ଲିଭାଇବା ବ୍ୟବସ୍ଥା ନ ଥିବାରୁ ଘରର କୋଠରିରେ ଧୂଆଁ ଭରିଯାଇଥିଲା। ଫ‌ଳରେ ଶ୍ବାସରୁଦ୍ଧ ହୋଇ ଡାକ୍ତର ଦମ୍ପତିଙ୍କ ସମେତ ୬ଜଣଙ୍କର ମୃତ୍ୟୁ ଘଟିଥିଲା।

ଅଗ୍ନିଶମ ବିଭାଗକୁ ସୂଚନା ଦିଆଯିବା ପରେ ଦୁଇଟି ଦମକଳ ପହଞ୍ଚି ଡାକ୍ତରଖାନାରୁ ସମୁଦାୟ ୯ଜଣଙ୍କୁ ଉଦ୍ଧାର କରିଥିଲେ। ଚିକିତ୍ସା ନିମନ୍ତେ ସେମାନଙ୍କୁ ନିକଟରେ ଥିବା ପାଟଳିପୁତ୍ର ନର୍ସିଂହୋମ୍‌ରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କ କହିବା ଅନୁସାରେ, ନିଆଁ ପ୍ରତିରୋଧ ନିମନ୍ତେ ଡାକ୍ତରଖାନାରେ ବିଶେଷ ସୁରକ୍ଷା ବ୍ୟବସ୍ଥା ନ ଥିଲା। ‘ଆଣ୍ଟିଫାୟାର୍‌ ମେସିନ୍’ ବି ସକ୍ରିୟ କରାଯାଇ ନ ଥିଲା।

Leave A Reply

Your email address will not be published.