ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ବେଲଜିୟମ୍‌କୁ ପରାସ୍ତ କରି ଜର୍ମାନି ହେଲା ଚାମ୍ପିଅନ୍‌

0

ଭୁବନେଶ୍ବର: ରବିବାର ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ଜର୍ମାନି ଓ ବେଲଜି୍ୟମ ମଧ୍ୟରେ କଡ୍ଡା ମୁକାବିଲା ହୋଇଛି।ଫାଇନାଲରେ ୫-୪ ଗୋଲ୍‌ରେ ବେଲଜିୟମକୁ ପରାସ୍ତ କରି ଜର୍ମାନୀ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଉଭୟ ଦଳ ୩-୩ ଗୋଲ୍‌ରେ ସୀମିତ ରହିଥିଲେ। ଫଳରେ ଫଳାଫଳ ପାଇଁ ସୁଟଆଉଟ ସହାୟତା ନିଆଯାଇଥିଲା। ଜର୍ମାନି ୩(୫)-୩(୪)‌ ଗୋଲ୍‌ରେ ଗତ ଚାମ୍ପିଅନ ବଲେଜିୟମ୍‌କୁ ପରାସ୍ତ କରି ପୁରୁଷ ହକି ବିଶ୍ବକପ୍‌ ଟ୍ରଫି ହାତେଇଛି। ଜର୍ମାନି ତୃତୀୟ ଥର ପାଇଁ ବିଶ୍ବକପ୍‌ ଟ୍ରଫି ହାସଲ କରିଛି। ଏହା ପୂର୍ବରୁ ୨୦୦୬ ଓ ୨୦୦୨ରେ ଜର୍ମାନି ବିଶ୍ବ ବିଜେତା ହୋଇଥିଲା।

ନିୟମିତ ସମୟରେ ବେଲଜିୟମ ପ୍ରଥମ କ୍ବାର୍ଟରରେ ଭଲ ପ୍ରଦର୍ଶନ କରିଥିଲା ୯ ଓ ୧୦ ମିନିଟରେ ଲଗାତାର ୨ଟି ଗୋଲ୍‌ ଦେଇ ୨-୦ ଆଗୁଆ ଥିଲା। କିନ୍ତୁ ଦ୍ବିତୀୟ କ୍ବାର୍ଟରର ଶେଷ ସମୟ ବେଳକୁ ଜର୍ମାନି ଏକ ଗୋଲ ଦେଇଥିଲା। ଜର୍ମାନି ୩ୟ ଓ ୪ର୍ଥ କ୍ବାର୍ଟରେ ଗୋଲ୍‌ (୪୦ ଓ ୪୭ ମିନିଟ) ଦେଇ ୩-୨ରେ ଅଗ୍ରଣୀ ଥିଲା। କିନ୍ତୁ ବେଲଜିୟମ ୫୮ ମିନିଟରେ ଏକ ଗୋଲ୍‌ ଦେଇ ସମାନ ସ୍ତରକୁ ଆଣିଥିଲା। ଫଳାଫଳ ନବାହାରିବାରୁ ଶେଷରେ ସୁଟ୍‌ଆଉଟ୍‌ର ସାହାର ନିଆଯାଇଥିଲା।

୩ୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସ ୩-୧ ଗୋଲ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଏହି କାଂସ୍ୟ ପଦକ ହାସଲ କରିଥିଲା। ପ୍ରଥମ କ୍ବାର୍ଟରରେ କଙ୍ଗାରୁ ଦଳ ଭଲ ପ୍ରଦର୍ଶନ କରିଥିଲା। ୧୨ ମିନିଟରେ ଜେରେମି ହେୱାର୍ଡ ଏକ ପେନାଲ୍ଟି ଗୋଲ ଦେଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଦ୍ବିତୀୟ କ୍ବାର୍ଟରରେ କୌଣସି ଗୋଲ୍‌ ହୋଇପାରି ନଥିଲା।

Leave A Reply

Your email address will not be published.