ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଆସନ୍ତାକାଲି ଠାରୁ ଯୁକ୍ତଦୁଇ ପ୍ରାକ୍ଟିକାଲ ପରୀକ୍ଷା

0

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେବ ଯୁକ୍ତଦୁଇ ପ୍ରାକ୍ଟିକାଲ ପରୀକ୍ଷା । ଆଜିଠାରୁ ବିଭିନ୍ନ ହାୟର ସେକେଣ୍ଡାରୀ ସ୍କୁଲ ଗୁଡିକ ପ୍ରସ୍ତୁତି ଚୂଡାନ୍ତ କରିବା ସହ ସମସ୍ତ ବିଭାଗକୁ ପ୍ରଶ୍ନପତ୍ର, ଉତ୍ତର ଖାତା ସହ ଟାଇମ୍ ଟେବୁଲ ପଠାଯାଇଛି । ଏନେଇ ଏକ୍ସଟରନାଲ ମାନଙ୍କୁ ଚିଠି କରାଯାଇଛି । ଆସନ୍ତାକାଲି ୯.୩୦ ରୁ ଛାତ୍ର ଛାତ୍ରୀ ମାନେ ଲ୍ୟାବ ମଧ୍ୟକୁ ପ୍ରବେଶ କରିବେ । ପ୍ରଥମ ସିଟିଂ ୧୦ ଟା ରୁ ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ବିତୀୟ ସିଟିଂ ୨ ଟାରୁ ଆରମ୍ଭ ହୋଇ ୫ଟା ପର୍ଯ୍ୟନ୍ତ ଚାଲିବ । ବିଜ୍ଞାନରେ ଫିଜିକ୍ସ, ବଟନି, ଜୁଲୋଜି, କେମେଷ୍ଟ୍ରୀ, ଇନଫରମେସନ୍ ଟେକ୍‌ନୋଲୋଜି, ଟୁରିଜିମ୍ ହସ୍ପିଟାଲିଟି ଏବଂ ରିଟେଲ ପରୀକ୍ଷା ହେବ ।

ସେହିପରି ବାଣିଜ୍ୟରେ ଆକାଉଣ୍ଟାସି, ବିଏମ୍‌ଏସ୍, କଷ୍ଟ ଆକାଉଣ୍ଟିଂରେ ପରୀକ୍ଷା ହେବ । କଳାରେ ଆନ୍ଥ୍ରୋପୋଲୋଜି, ସାଇକୋଲଜି, ଜିଓଗ୍ରାଫି, ଇଣ୍ଡିଆନ୍ ମ୍ୟୁଜିକ୍, ଏଯୁକେସନ ଭଳି ପ୍ରାକ୍ଟିକାଲ ବିଷୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପ୍ରାକ୍ଟିକାଲ ପରୀକ୍ଷା ନେଇ ବିଜେବି ହାଇଅର ସେକେଣ୍ଡାରୀ ସ୍କୁଲରେ ପ୍ରସ୍ତୁତି ସରିଛି । ସମସ୍ତ ଲ୍ୟାବକୁ ପ୍ରସ୍ତୁତ କରାଯାଇଛି । ଚଳିତ ବର୍ଷ ବିଜେବିରେ ବିଜ୍ଞାନରେ ୫୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏହି ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା ୧ ତାରିଖରୁ ଆରମ୍ଭ ହୋଇ ୧୦ ତାରିଖ ମଧ୍ୟରେ ଶେଷ ହେବ ବୋଲି କହିଛନ୍ତି ବିଜେବି କଲେଜର ଅଧ୍ୟକ୍ଷ ।

Leave A Reply

Your email address will not be published.