ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ନବ ଦାସଙ୍କ ହତ୍ୟା ଘଟଣା: ତଦନ୍ତର ତଦାରଖ କରିବେ ଜଷ୍ଟିସ ଜେ.ପି ଦାସ

0

କଟକ: ନବକିଶୋର ଦାସଙ୍କୁ ହତ୍ୟା ଘଟଣାରେ ତଦନ୍ତର ତଦାରଖ କରିବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦାସ । ତଦନ୍ତ ପ୍ରକ୍ରିୟାର ତଦାରଖ ପାଇଁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର ।

ହାଇକୋର୍ଟର ଜଣେ ବିଚାରପତିଙ୍କ ତତ୍ତ୍ୱାବଧାନରେ ତଦନ୍ତ ପାଇଁ ଅନୁରୋଧ କରିଥିଲେ ରାଜ୍ୟ ସରକାର । ଏହା ଅତ୍ୟନ୍ତ ସ୍ପର୍ଶକାତର ଘଟଣା । କାରଣ ଏହି ଘଟଣାରେ ଜଣେ ପୋଲିସଙ୍କର ସଂପୃକ୍ତି ରହିଛି । ତଣୁ ତଦନ୍ତରେ ସର୍ବୋଚ୍ଚ ସ୍ବଚ୍ଛତା ଓ ପ୍ରତିବଦ୍ଧତା ଆବଶ୍ୟକ ରହିଛି । ରାଜ୍ୟ ସରକାର ଏଥିପାଇଁ ହାଇକୋର୍ଟଙ୍କୁ ଏଭଳି ଅନୁରୋଧ କରିଥିଲେ । ରାଜ୍ୟ ସରକାରଙ୍କ ଅନୁରୋଧ ପରେ ଜଷ୍ଟିସ ଜେ.ପି ଦାସ ଦାୟିତ୍ବ ନେଇଛନ୍ତି।

ସୂଚନାଯୋଗ୍ୟ; ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ବ୍ରଜରାଜନଗରରେ ହତ୍ୟା କରାଯାଇଥିଲେ। ବିଜେଡି କର୍ମୀମାନେ ତାଙ୍କୁ ସ୍ୱାଗତ କରୁଥିବା ବେଳେ ପୁଲିସ୍‌ ଏଏସ୍‌ଆଇ ଗୋପାଳ ଦାସ ନିଜ ନିର୍ଭରଭରରେ ଗୁଳି କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

Leave A Reply

Your email address will not be published.