ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କ’ଣ ରହିଛି କେନ୍ଦ୍ର ସରକାରଙ୍କ ଯାେଜନା ?

0

ନୂଆଦିଲ୍ଲୀ: ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ବଜେଟ୍ ଉପସ୍ଥାପିତ ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କ’ଣ ରହିଛି କେନ୍ଦ୍ର ସରକାରଙ୍କ ଯାେଜନା । କେଉଁ କ୍ଷେତ୍ରରେ କାହାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଗ୍ରାଧିକାର ଦେଇଛନ୍ତି । ଆସନ୍ତୁ ଜାଣିବା..

୭ ଲକ୍ଷ ଆୟ ଯାଏଁ ଟିକସ ଛାଡ କରି ଆୟକର ସୀମାକୁ ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରିଛନ୍ତି । ୦ରୁ ୩ ଲକ୍ଷ ପର୍ଯ୍ୟନ୍ତ ଶୂନ ପ୍ରତିଶତ ଆୟକର । ୩ରୁ ୬ ଲକ୍ଷ ପର୍ଯ୍ୟନ୍ତ ଆୟକର ୫ ପ୍ରତିଶତ । ୬ରୁ ୯ ଲକ୍ଷ ପର୍ଯ୍ୟନ୍ତ ଆୟକର ୧୦ ପ୍ରତିଶତ । ୯ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ୧୫ ପ୍ରତିଶତ ଆୟକର । ୧୨ରୁ ୧୫ ଲକ୍ଷ ପ୍ରଯ୍ୟନ୍ତ ଆୟକର ୨୦ ପ୍ରତିଶତ । ୧୫ରୁ ଅଧିକ ହେଲେ ୩୦ ପ୍ରତିଶତ ଦେବାକୁ ପଡିବ ଆୟକର ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ମହିଳାଙ୍କୁ ବଡ ଉପହାର ଦେଇଛନ୍ତି । ନିର୍ମଳା ମହିଳାଙ୍କ ପାଇଁ ସଞ୍ଚୟ ଯୋଜନାର ଘୋଷଣା କରିଛନ୍ତି । ମହିଳା ସମ୍ମାନ ସଞ୍ଜୟ ପତ୍ର ଯୋଜନାର ଶୁଭାରମ୍ଭ ହେବ । ଏଥିରେ ମହିଳା ମାନେ ୨ ଲକ୍ଷ ଯାଏ ସଞ୍ଜୟ ଉପରେ ୭.୫ ପ୍ରତିଶତର ସୁଧ ପାଇବେ । ଏହା ଛଡା ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ଅର୍ଥମନ୍ତ୍ରୀ ବଡ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି, ବରିଷ୍ଠ ନାଗରିକ ଖାତା ଯୋଜନାର ସୀମା ୪.୫ ଲକ୍ଷରୁ ୯ ଲକ୍ଷକୁ ବଢାଇଦିଆଯାଇଛି । ମହିଳା ସମ୍ମାନ ସଞ୍ଜୟ ଯୋଜନାରେ ମହିଳାମାନେ ୨ ବର୍ଷ ଯାଏ ଦୁଇ ଲକ୍ଷ ଟଙ୍କା ନିବେଶ କରିପାରିବେ । ଏହି ଜମା ଉପରେ ସେମାନଙ୍କୁ ଟାକ୍ସ ଦେବାକୁ ପଡିବ ନାହିଁ । ବଦଳରେ ୭.୫ ପ୍ରତିଶତର ସୁଧ ମିଳିବ । ମହିଳାଙ୍କ ପାଇଁ ଏହି ଯୋଜନା ପ୍ରଥମ । ସରକାର କହିଛନ୍ତି, କୌଣସି ବି ମହିଳା ଏହି ସ୍କିମରେ ନିବେଶ କରି ଟାକ୍ସଦେବାରୁ ରକ୍ଷାପାଇପାରିବେ । ମହିଳାଙ୍କୁ ଆର୍ଥିକ ଭାବେ ସ୍ୱଚ୍ଛଳ ଏବଂ ଆତ୍ମନିର୍ଭର କରିବା ପାଇଁ ସରକାର ଅନେକ ଯୋଜନା ଚଳାଉଛନ୍ତି ।

ରେଳ ଭିତ୍ତିଭୂମିକୁ ଅଗ୍ରାଧିକାର ଦେଇ ରେଳ ପାଇଁ ଭଣ୍ଡାର ଖୋଲିଛନ୍ତି ନିର୍ମଳା । ୨୦୨୩-୨୪ ଆର୍ଥିକ ବର୍ଷର ବଜେଟରେ ରେଲୱେ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କାର ବଜେଟ ଘୋଷଣା କରାଯାଇଛି । ରେଲୱେର ନୂଆ ଯୋଜନା ପାଇଁ ୭୫ ହଜାର କୋଟି ଟଙ୍କା ବିନିଯୋଗ ହେବ। ସେହିପରି ୫୦ଟି ଅତିରିକ୍ତ ବିମାନବନ୍ଦର ଓ ଏୟାରଷ୍ଟ୍ରିପର ପୁନରୁଦ୍ଧାର କରିବେ ସରକାର। ସେହିପରି ‘ବନ୍ଦେ ଭାରତ ଟ୍ରେନ୍’ ଉପରେ ଚଳିତ ବଜେଟ୍ ଅଧିକ ଧ୍ୟାନ ଦେବ। ଖୁବ୍ ଶୀଘ୍ର ୨୦୦ ‘ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍’ ନିର୍ମାଣ କରିବା ପାଇଁ ଟେଣ୍ଡର୍ ଦିଆଯିବ। ନୂଆ ପ୍ରକଳ୍ପକୁ ବଜେଟରେ ଅଗ୍ରାଧିକାର ମିଳିଛି।

ଶିକ୍ଷା କ୍ଷେତ୍ରକୁ ଅଗ୍ରାଧିକାର ଦିଆଯିବା ନେଇ ବଜେଟରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି । ଦେଶରେ ୩୦ଟି ସ୍କିଲ୍ ଇଣ୍ଡିଆ ସେଣ୍ଟର ପ୍ରତିଷ୍ଠା କରାଯିବ। ରାଜ୍ୟ ଓ ପଞ୍ଚାୟତ ସ୍ତରରେ ଲାଇବ୍ରେରୀ ନିର୍ମାଣ ହେବ । ବୟସ ଅନୁସାରେ ଲାଇବ୍ରେରୀରେ ପିଲାଙ୍କୁ ପଢ଼ା ସୁବିଧା ମିଳିବ । ଶିକ୍ଷକମାନଙ୍କୁ ଗୁଣାତ୍ମକ ଶିକ୍ଷା ନେଇ ଟ୍ରେନିଂ ଦିଆଯିବ । ଏକଲବ୍ୟ ସ୍କୁଲ ପାଇଁ ୩୮, ୮୦୦ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ୧୫୭ ମେଡିକାଲ କଲେଜରେ ୧୫୭ ନର୍ସିଂ କଲେଜ ସ୍ଥାପନ ହେବ । ଫାର୍ମା କ୍ଷେତ୍ରରେ ଗବେଷଣାରେ ନିବେଶକୁ ପ୍ରୋତ୍ସାହନ । ମେଡିକାଲ ଯନ୍ତ୍ରାଂଶ ଲାଗି ମଲ୍ଟି ଡିସିପ୍ଲିନ୍ ସ୍କୁଲ । ୫ଜି’ ସେବା ବ୍ୟବହାର କରି ‘ଆପ୍’ ପ୍ରସ୍ତୁତି କରିବା ନିମନ୍ତେ ଇଞ୍ଜିନିୟରିଙ୍ଗ୍ ପ୍ରତିଷ୍ଠାନରେ ୧୦୦ଟି ନୂଆ ଲ୍ୟାବ୍ ସ୍ଥାପନ ହେବ।

ଭବିଷ୍ୟତରେ ପ୍ରତି ଲୋକଙ୍କର ନିଜର ଘର ହେବ । ପିିଏମ୍ ଆବାସ୍ ଯୋଜନା ଅଧିନରେ ଉଚିତ ହିତାଧିକାରୀଙ୍କୁ ଘର ମିଳିବ । ଏଥିପାଇଁ ନିର୍ଦ୍ଦଷ୍ଟ ଅର୍ଥ ରାଶି ମଧ୍ୟ ଘୋଷଣା କରାଯାଇଛି । ପିଏମ ଯୋଜନା ଅଧିନରେ ପ୍ରତି ପରିବାରକୁ ବାସଗୃହ ଯୋଗାଇବାକୁ ସମତଳ ଭୂମି ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯିବ । ପାହାଡିଆ ଅଞ୍ଚଳରେ ଘର ପାଇଁ ୧ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚଳିତ ବଜେଟ ରାଶିକୁ ପୂର୍ବାପେକ୍ଷା ୬୬ ପ୍ରତିଶତ ବଢାଇଦିଆଯାଇଛି । ୨୦୨୩-୨୪ ବର୍ଷ ପାଇଁ ଏହି ଯୋଜନାରେ ୭୯,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅଟକଳ କରାଯାଇଛି ।

ଏହାଛଡା ୫୦ଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବା ତଥା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଆରମ୍ଭ ହେବ ସ୍ୱଦେଶ ଦର୍ଶନ ସ୍କିମ୍। ରାଜ୍ୟର ରାଜଧାନୀରେ ୟୁନିଟ୍ ମଲ୍ ଖୋଲିବା ଲାଗି ପ୍ରୋତ୍ସାହିତ କରାଯିବ । ଯାହା ଫଳରେ ବନ୍ୟଜାତ ସାମଗ୍ରୀ ଓ ହ୍ୟାଣ୍ଡିକ୍ରାଫ୍ଟ ସାମଗ୍ରୀକୁ ଅଧିକ ପ୍ରୋତ୍ସାହନ ମିଳିପାରିବ । ଆଗ୍ରି ଷ୍ଟାର୍ଟଅପ୍ ପ୍ରୋତ୍ସାହନ ପାଇଁ ଆଗ୍ରି ଆକ୍ସିଲେରେଟର ଫଣ୍ଡ ବ୍ୟବସ୍ଥା । ଆତ୍ମନିର୍ଭର କ୍ଲିନ ପ୍ଲାଣ୍ଟ ପ୍ରୋଗ୍ରାମ ଆରମ୍ଭ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା । ମତ୍ସ୍ୟଚାଷକୁ ଅଧିକ ପ୍ରୋତ୍ସାହନ ପାଇଁ ୬ ହଜାର କୋଟି ବ୍ୟବସ୍ଥା । ସେହିପରି ମିଲେଟକୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେବ ‘ଶ୍ରୀଅନ୍ନ’ ଯୋଜନା ।

Leave A Reply

Your email address will not be published.