ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ମାର୍ଚ୍ଚ ଶେଷ ସୁଦ୍ଧା ସ୍କ୍ରାପିଙ୍ଗ ହେବ ୧୫ବର୍ଷର ପୁରୁଣା ଗାଡି

0

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ୧୫ ବର୍ଷରୁ ପୁରୁଣା ସରକାରୀ ଓ ସରକାରୀ ସଂସ୍ଥାର ଗାଡି ସ୍କ୍ରାପିଙ୍ଗ ହେବ। ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଏନେଇ ସମସ୍ତ ବିଭାଗୀୟ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି। ଉକ୍ତ ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ୧୫ବର୍ଷରୁ ଅଧିକ ପୁରୁଣା ସମସ୍ତ ସରକାରୀ ଗାଡ଼ି ଆଉ ରାସ୍ତାରେ ଗଡ଼ିପାରିବନି।

ଏହି ଗାଡ଼ିର ପଞ୍ଜୀକରଣ ବି ନବୀକରଣ ହେବନି ବୋଲି କେନ୍ଦ୍ର ସରକାର ନିୟମ କରିବା ପରେ ଏଗୁଡ଼ିକୁ ସ୍କ୍ରାପିଙ୍ଗ କରାଯିବ। ଆଉ ଏହି ସବୁ ଗାଡ଼ିର ସ୍କ୍ରାପିଙ୍ଗ ପାଇଁ ସ୍ବୀକୃତିପ୍ରାପ୍ତ ଆରଭିଏସଏଫ ସେଣ୍ଟର ଖୋଲାଯାଇଛି। ଏହି ସେଣ୍ଟରରେ ବିଭାଗ ପକ୍ଷରୁ ଗାଡ଼ିଗୁଡ଼ିକୁ ସ୍କ୍ରାପିଙ୍ଗ କରିବା ପରେ ଆରଟିଓଙ୍କୁ ଉକ୍ତ ଗାଡିର ରେଜିଷ୍ଟ୍ରେସନ ନମ୍ବର ବାତିଲ କରିବାକୁ କହିବାକୁ ପଡିବ। ଆଉ ମାର୍ଚ୍ଚ ୩୧, ୨୦୨୩ ପୂର୍ବରୁ ଏହା ସାରିବାକୁ ଉଷା ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.