ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଆଜି ଶପଥ ନେଲେ ସୁପ୍ରିମକୋର୍ଟରେ ୨ ନୂଆ ବିଚାରପତି

0

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ୨ ଜଣ ନୂଆ ବିଚାରପତି ରାଜେଶ ବିନ୍ଦଲ୍‌ ଓ ଅରବିନ୍ଦ କୁମାର ଶପଥ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟରେ ପ୍ରଧାନ ବିଚାପତିଙ୍କ ସମେତ ମୋଟ ୩୪ଟି ବିଚାରପତି ଆସନ ରହିଛି। ଆଜି ପୂର୍ବାହ୍ନ ୧୦.୩୦ରେ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ନବ ନିଯୁକ୍ତ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି।

ନିୟମାନୁସାରେ, ପ୍ରଧାନ ବିଚାରପତିଙ୍କୁ ମିଶାଇ ସୁପ୍ରିମ୍‌ କୋର୍ଟର ସମୁଦାୟ ବିଚାରପତି ସଂଖ୍ୟା ହେଉଛି ୩୪। ଦୀର୍ଘ ୯ ମାସର ବ୍ୟବଧାନ ପରେ ଆଜି ସୁପ୍ରିମ୍‌ କୋର୍ଟରେ ବିଚାରପତି ସଂଖ୍ୟା ପୂର୍ଣ୍ଣତା ହାସଲ କରିଛି। ସୁପ୍ରିମ୍‌ କୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇବା ପୂର୍ବରୁ ବିଚାରପତି ବିନ୍ଦଲ୍‌ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବିଚାରପତି କୁମାର ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ଫେବ୍ରୁଆରି ୧୦ ତାରିଖ ଦିନ କେନ୍ଦ୍ର ସରକାର ସେମାନଙ୍କ ନାମ ଅନୁମୋଦନ କରିଥିଲେ।

ସୂଚନା‌ଯୋଗ୍ୟ, ଫେବ୍ରୁଆରି ୬ ତାରିଖ ଦିନ ସୁପ୍ରିମ୍‌ କୋର୍ଟରେ ୫ଜଣ ବିଚାରପତି ନିଯୁକ୍ତ ହୋଇଥିଲେ। ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ସେମାନଙ୍କୁ ଶପଥ ପାଠ କରାଇଥିଲେ। ସେମାନେ ହେଉଛନ୍ତି ବିଚାରପତି ପଙ୍କଜ ମିତଲ୍‌, ସଞ୍ଜୟ କାରୋଲ୍‌, ପି. ଭି. ସଞ୍ଜୟ କୁମାର, ଅଶାନୁଦ୍ଦୀନ ଅମନୁଲ୍ଲା ଏବଂ ମନୋଜ ମିଶ୍ରା।

Leave A Reply

Your email address will not be published.