ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଜୀବନ ନେଲା ଜେନେରେଟର ଧୂଆଁ

0

ଗଜପତି: ଘରେ ଶୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜଣଙ୍କ ଜୀବନ । ଜଣେ ଗୁରୁତର ମେଡିକାଲରେ ଭର୍ତ୍ତି । ଘଟଣା ଘଟିଛି ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ବେତାରସିଂ ଗାଁରେ । ଗାଁର କମଳ ନାୟକଙ୍କ ପରିବାରରେ ବାହାଘର ଭୋଜି ଚାଲିଥିଲା । ବାପା ମାଧବ ନାୟକ, ଭାଇ ଗଣେଶ ନାୟକ ଓ ଦୁଇଝିଅ ଅମ୍ବିକା ଓ ଝୁମୁରି ନାୟକ ଭୋଜି ଭାତ ଖାଇ ଘରେ ଶୋଇଥିଲେ । ଘର ସମୁଖରେ ଗୋଟିଏ ଜେନେରେଟର୍ ଲାଗିଥିଲା । ଜେନେରେଟରରୁ ବାହାରୁଥିବା ଧୂଆଁରେ ଅଣନିଶ୍ବାସୀ ହୋଇ ଭାଇ ଗଣେଶ ନାୟକ ଓ ଝିଅ ଅମ୍ବିକା ନାୟକଙ୍କ ମୃତ୍ୟୁ ହୋଇଛି । ବାପା ମାଧବ ସୁସ୍ଥ ଥିବା ବେଳେ ଗୁରୁତର ଅନ୍ୟ ଏକ ଝିଅ ଝୁମୁରିଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଚନ୍ଦ୍ରଗିରି ପୋଲିସ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି ।ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କ ମୃତ୍ୟୁ । ଅନ୍ୟ ଜଣେ ଗୁରୁତରଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ଶିଆଳିଲଟି ପଞ୍ଚାୟତ ବେତାରସିଂ ଗାଁରେ ଏହି ଘଟଣା ଘଟିଛି ।  ମୃତକମାନେ ହେଲେ ବେତାରସିଂ ଗ୍ରାମର ଗଣେଶ ନାୟକ  ଓ ଅମ୍ବିକା ନାୟକ ।  ସେହିପରି ଝୁମୁରି ନାୟକ ଗୁରୁତର ଭାବେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Leave A Reply

Your email address will not be published.