ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଜୀବନ ନେଲା ଜେନେରେଟର ଧୂଆଁ

0

ଗଜପତି: ଘରେ ଶୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜଣଙ୍କ ଜୀବନ । ଜଣେ ଗୁରୁତର ମେଡିକାଲରେ ଭର୍ତ୍ତି । ଘଟଣା ଘଟିଛି ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ବେତାରସିଂ ଗାଁରେ । ଗାଁର କମଳ ନାୟକଙ୍କ ପରିବାରରେ ବାହାଘର ଭୋଜି ଚାଲିଥିଲା । ବାପା ମାଧବ ନାୟକ, ଭାଇ ଗଣେଶ ନାୟକ ଓ ଦୁଇଝିଅ ଅମ୍ବିକା ଓ ଝୁମୁରି ନାୟକ ଭୋଜି ଭାତ ଖାଇ ଘରେ ଶୋଇଥିଲେ । ଘର ସମୁଖରେ ଗୋଟିଏ ଜେନେରେଟର୍ ଲାଗିଥିଲା । ଜେନେରେଟରରୁ ବାହାରୁଥିବା ଧୂଆଁରେ ଅଣନିଶ୍ବାସୀ ହୋଇ ଭାଇ ଗଣେଶ ନାୟକ ଓ ଝିଅ ଅମ୍ବିକା ନାୟକଙ୍କ ମୃତ୍ୟୁ ହୋଇଛି । ବାପା ମାଧବ ସୁସ୍ଥ ଥିବା ବେଳେ ଗୁରୁତର ଅନ୍ୟ ଏକ ଝିଅ ଝୁମୁରିଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଚନ୍ଦ୍ରଗିରି ପୋଲିସ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି ।ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କ ମୃତ୍ୟୁ । ଅନ୍ୟ ଜଣେ ଗୁରୁତରଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ଶିଆଳିଲଟି ପଞ୍ଚାୟତ ବେତାରସିଂ ଗାଁରେ ଏହି ଘଟଣା ଘଟିଛି ।  ମୃତକମାନେ ହେଲେ ବେତାରସିଂ ଗ୍ରାମର ଗଣେଶ ନାୟକ  ଓ ଅମ୍ବିକା ନାୟକ ।  ସେହିପରି ଝୁମୁରି ନାୟକ ଗୁରୁତର ଭାବେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Leave A Reply

Your email address will not be published.