ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଆଜି ଦକ୍ଷିଣ ଆଫ୍ରିକାରୁ ଆସିବେ ଆଉ ୧୨ ଚିତା

0

ନୂଆଦିଲ୍ଲୀ: ଆଜି ଦକ୍ଷିଣ ଆଫ୍ରିକାରୁ ଆସିବେ ଆଉ ୧୨ ବିରଳ ଚିତା । ଭାରତରୁ ଯାଇଥିବା ସି-୧୭ ପରିବହନ ବିମାନରେ ଭାରତରେ ପହଞ୍ଚିବେ ଅତିଥି । ବିମାନଟି ମଧ୍ୟପ୍ରଦେଶ ଗ୍ୱାଲିୟର ଏୟାରଫୋର୍ସ ବେସରେ ପହଞ୍ଚିବା ପରେ ବାୟୁସେନା ହେଲିକପ୍ଟରରେ ସେମାନଙ୍କୁ ୧୬୫ କିଲୋମିଟର ଦୂର ସେଓପୁର ଜିଲ୍ଲା କୁନୋ ପାର୍କକୁ ନିଆଯିବ । ଏହି ୧୨ଟି ଚିତାଙ୍କ ମଧ୍ୟରୁ ୭ଟି ଅଣ୍ଡିରା ଓ ୫ଟି ମାଈ ଥିବା ସୂଚନା ମିଳିଛି । ସେଠାରେ ସେମାନଙ୍କ ଲାଗି ୧୦ଟି କ୍ବାରେଣ୍ଟାଇନ ଏନକ୍ଲୋଜର ପ୍ରତିଷ୍ଠା କରାଯାଇଛି ।

ଗତବର୍ଷ ନାମିବ୍ୟାରୁ ଅଣାଯାଇଥିବା ୮ ବାଘଙ୍କୁ ମଧ୍ୟ କୁନୋ ପାର୍କରେ ରଖାଯାଇଛି । ବାଘମାନେ ସମ୍ପୂର୍ଣ୍ଣ ସୁସ୍ଥ ଥାଇ ସ୍ୱାଭାବିକ ଜୀବନ ବିତାଉଛନ୍ତି । ଦକ୍ଷିଣ ଆଫ୍ରିକା, ନାମିବ୍ୟା ଓ ବୋସଓ୍ବାନାରେ ପ୍ରାୟ ୭ ହଜାର ଚିତା ରହିଛନ୍ତି ।

Leave A Reply

Your email address will not be published.