ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ବାଘୁଣୀ ଅଙ୍କିତା ମା’ ହୋଇଛି

0

ବାରଙ୍ଗ: ବାଘୁଣୀ ଅଙ୍କିତା ମା’ ହୋଇଛି। ସେ ଜନ୍ମ ଦେଇଥିବା ୫ ଶାବକ ମଧ୍ୟରୁ ଗୋଟିଏ ଛୁଆ ମରିଯାଇଥିବା ବେଳେ ଅନ୍ୟ ୪ ସୁସ୍ଥ ଅଛନ୍ତି ଏବଂ ମା’ କୋଳରେ ଚଳପ୍ରଚଳ ହେଉଥିବା ଦେଖିବାକୁ ମିଳିଛି। ତେଣୁ ଏହି ନବଜାତ ୪ ବାଘଛୁଆଙ୍କୁ ମିଶାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି। ତେବେ ବଡ଼ ଖୁସି ଖବର ହେଉଛି ଅଙ୍କିତା ଓ ମହାବଳ ନନ୍ଦନ ମିଳନରୁ ଜନ୍ମ ହୋଇଥିବା ଏହି ଶାବକମାନେ ସମ୍ପୂର୍ଣ୍ଣ ଜଙ୍ଗଲୀ ପ୍ରଜାତିର।

ମହାବଳ ନନ୍ଦନ ସହ ମିଳନ ହେବା ପରେ ଅଙ୍କିତା ଦ୍ବିତୀୟ ଗର୍ଭଧାରଣ କରିଥିଲା। ୧୦୪ ଦିନର ଗର୍ଭାବସ୍ଥା ପରେ ଦୁଇ ଦିନ ପୂର୍ବରୁ ସେ ତା’ର ୩୧(ଗ) ଖୁଆଡ଼ରେ ଗର୍ଭ ଯନ୍ତ୍ରଣା ଭୋଗ କରୁଥିଲା। ତେଣୁ ନନ୍ଦନକାନନ କର୍ତ୍ତୃପକ୍ଷ ଓ ଜନ୍ତୁରକ୍ଷକମାନେ ତା’ ଉପରେ କଡ଼ା ନଜର ରଖିଥିଲେ। ଆଜି ସକାଳୁ ସିସିଟିଭି ଫୁଟେଜ୍‌ରେ ତା’ କୋଳରେ ନବଜାତ ଶାବକମାନଙ୍କୁ ଦେଖିବାକୁ ମିଳିଥିଲା। ଯାଞ୍ଚ ପରେ ଜଣାପଡ଼ିଥିଲା ଯେ ଅଙ୍କିତା ଜନ୍ମ ଦେଇଥିବା ୫ ଶାବକ ମଧ୍ୟରୁ ଗୋଟିଏ ମରି ଯାଇଛି। ଉକ୍ତ ଶାବକଟି ମଲା ଅବସ୍ଥାରେ ଜନ୍ମ ହୋଇଛି ବୋଲି ଅନୁମାନ କରାଯାଉଛି। ତେବେ ଅନ୍ୟ ୪ଟିଯାକ ଶାବକଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ବୋଲି କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି। ଅଙ୍କିତାର ଏହା ଦ୍ବିତୀୟ ଗର୍ଭ ହୋଇଥିବା ବେଳେ ସେ ଛୁଆମାନଙ୍କ ଯତ୍ନ ନେଉଥିବା ଦେଖିବାକୁ ମଳିଛି। ନବଜାତ ଶାବକମାନେ ଅଙ୍କିତାଠରୁ ଠିକ୍‌ ଭାବେ ସ୍ତନ୍ୟପାନ କରୁଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି। ତଥାପି ଜନ୍ତୁରକ୍ଷକମାନେ ଅଙ୍କିତା ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି। ଏହି ନବଜାତ ଶାବକମାନଙ୍କ ଲିଙ୍ଗ ନିରୂପଣ ହୋଇପାରିନାହିଁ।

ସୂଚନାଯୋଗ୍ୟ ଯେ ୨୦୧୩ ଜୁଲାଇରେ ମହାବଳ ନନ୍ଦନ ଚନ୍ଦକା ଅଭୟାରଣ୍ୟରୁ ଡେଇଁ ନନ୍ଦନକାନନୁ ପଶି ଆସିଥିଲା। ବାଘୁଣୀ ମେଘା ଆକର୍ଷଣରେ ନନ୍ଦନ ପାଚେରି ଡେଇଁ ପଶିବା ପରେ ଆଉ ବାହାରି ପାରିନଥିଲା ଏବଂ ସେହି ଦିନରୁ ନନ୍ଦନକାନନରେ ରହିଛି। ସିଧାସଳଖ ଜଙ୍ଗଲରୁ ମିଳିଥିବା ଏହି ମହାବଳ ସହ ଆଉ ଏକ ଜଙ୍ଗଲୀ ବାଘୁଣୀକୁ ମିଳନ କରାଇ ସମ୍ପୂର୍ଣ୍ଣ ଜଙ୍ଗଲୀ ବ୍ରିଡ୍‌ ବାଘ ଜନ୍ମ କରାଇବାକୁ ନନ୍ଦନକାନନ କର୍ତ୍ତୃପକ୍ଷ ଯୋଜନା କରିଥିଲେ। ତେଣୁ ମଧ୍ୟପ୍ରଦେଶରୁ ଆସିଥିବା ବାଘୁଣୀ ସାରା ସହ ନନ୍ଦନକୁ ମିଶାଇବାକୁ ଯୋଜନା କରାଯାଇଥିଲା। କିନ୍ତୁ ବାଘୁଣୀ ମେଘା ବାଘୁଣୀ ସାରାକୁ ଆକ୍ରମଣ କରି ଘାଇଲା କରିବାରୁ ଏହି ଯୋଜନା ଫଳବତୀ ହୋଇନଥିଲା। ଏହା ଭିତରେ ବାଘୁଣୀ ସାରା ମା’ ହୋଇ ଅଙ୍କିତାକୁ ଜନ୍ମ ଦେଲା। ୨୦୧୮ ମସିହାରେ ବାଘ ସେଫ୍‌ ସହ ମିଳନରୁ ଅଙ୍କିତା ପ୍ରଥମ ଗର୍ଭଧାରଣ କରିଥିଲା। ଏଥର ଅଙ୍କିତାକୁ ମହାବଳ ନନ୍ଦନ ସହ ମିଶିବାକୁ ଦିଆଯାଇଥିଲା।

Leave A Reply

Your email address will not be published.