ପ୍ରମୁଖ ଖବର

ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି
ଦିନ ୨ଟା ୩୦ରେ ଭୁବନେଶ୍ବର ଉତ୍ତପ୍ତ ସହର, ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ
ଲଢ଼ିବେନି ପ୍ରସାଦ ହରିଚନ୍ଦନ, ମନୋଜ ରଥ ସତ୍ୟବାଦୀରୁ କଂଗ୍ରେସ ପ୍ରାର୍ଥୀ
କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡ଼ି ବିଧାୟିକା ସିପ୍ରା ମଲ୍ଲିକ, କଂଗ୍ରେସ ଭବନ ଆସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କଲେ

ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ

0

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଆଜି ସନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସେମାନଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି।

ସୂଚନାଅନୁସାରେ; ଆଜି ସଂଧ୍ୟାରେ ସୁପ୍ରିମକୋର୍ଟ ସିସୋଦିଆଙ୍କ ପକ୍ଷରୁ କରାଯାଇଥିବା ଜାମିନ ଆବେଦନର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ଲାଗି ନିର୍ଦ୍ଦେଶ ଦେବାର କିଛି ଘଣ୍ଟା ପରେ ଏହି ଘଟଣା ଘଟିଛି। ଉପ- ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଦୁର୍ନୀତି ଅଭିଯୋଗରେ ଜେଲରେ ଅଛନ୍ତି। ଏହି ଦୁଇମନ୍ତ୍ରୀ ୧୮ଟି ବିଭାଗର ଦାୟିତ୍ୱରେ ଥିଲେ। ସୂଚନା ଅନୁସାରେ, କେଜ୍ରିୱାଲ କ୍ୟାବିନେଟର ଦୁଇ ମନ୍ତ୍ରୀ କୈଲାସ୍ ଗେହଲଟ୍ ଓ ରାଜକୁମାର ଆନନ୍ଦ ଏହି ୧୮ଟି ବିଭାଗର ଦାୟିତ୍ବ ତୁଲାଇବେ।

ପୂର୍ବରୁ ଦୁର୍ନୀତି ଅଭିଯୋଗରେ ସ୍ୱାସ୍ଥ୍ୟମନ୍ତ୍ରୀ ଜୈନ ଗିରଫ ହୋଇଥିବା ବେଳେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ରବିବାର ଗିରଫ କରାଯାଇଥିଲା। ଗିରଫ ନେତାମାନେ କାହିଁକି ଦିଲ୍ଲୀ ସରକାରରେ ଅଛନ୍ତି ବୋଲି ବିଜେପି ପ୍ରଶ୍ନ କରିବା ପରେ ‘ଆପ୍‌’ର ଗିରଫ ହୋଇ ଜେଲରେ ଥିବା ମନ୍ତ୍ରୀମାନେ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସମେତ ଦିଲ୍ଲୀ କ୍ୟାବିନେଟରେ ଏବେ ୫ ଜଣ ମନ୍ତ୍ରୀ ଅଛନ୍ତି।

Leave A Reply

Your email address will not be published.