ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ଫିଲ୍ମ ‘ଆରଆରଆର’ର ଗୀତ ନାଟୁ ନାଟୁ ପାଇଲା ଓସ୍କାର ପୁରସ୍କାର

0

ନୂଆଦିଲ୍ଲୀ; ଭାରତୀୟ ଫିଲ୍ମ ‘ଦ ଏଲିଫେଣ୍ଟ ହ୍ବିସ୍‌ପର‘ ପରେ ପରେ ଇତିହାସ ରଚିଲା ଏସ. ରାଜାମୌଲିଙ୍କ ଆରଆରଆର। ଏହି ଫିଲ୍ମର ‘ନାଟୁ ନାଟୁ’ ଗୀତ ବେଷ୍ଟ ଅରିଜିନାଲ୍ ଗୀତ ଭାବେ ପାଇଲା ସମ୍ମାନଜନକ ଓସ୍କାର ପୁରସ୍କାର।

ସୂଚନାଯୋଗ୍ୟ; ଓସ୍କାର ଆୱାର୍ଡ ୨୦୨୩ରେ ଏଥର କମାଲ କରିଛି ଭାରତୀୟ ଫିଲ୍ମ । ୯୫ ତମ ଓସ୍କାର ଆୱାର୍ଡରେ ଦୁଇ ଦୁଇଟି ବିଭାଗରେ ଭାରତୀୟ ଫିଲ୍ମ ବାଜିମାରି ନେବା ସିନେମା ପ୍ରେମୀଙ୍କୁ ଉତ୍ସାହିତ କରିଛି । ବହୁ ଚର୍ଚ୍ଚିତ ଫିଲ୍ମ ‘ଆରଆରଆର’ର ଗୀତ ନାଟୁ ନାଟୁ ଓସ୍କାର ପୁରସ୍କାର ପାଇଛି । ବେଷ୍ଟ ଅରଜିନାଲ ସଙ୍ଗ କ୍ୟାଟାଗୋରୀରେ ନାଟୁ ନାଟୁ ଗୀତ ଓସ୍କାର ପୁରସ୍କାର ବିଜୟୀ ହୋଇଛି । ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତା ରାମଚରଣ ତେଜା ଓ ଜୁନିୟର ଏନଟିଆର ଅଭିନୟ କରିଛନ୍ତି।

ନିର୍ଦ୍ଦେଶକ ରାଜାମୌଲିଙ୍କ ଫିଲ୍ମ ଆରଆରଆରକୁ ବେଷ୍ଟ ଅରଜିନାଲ ସଙ୍ଗ କାଟାଗୋରୀରେ ମନୋନୀତ କରାଯାଇଥିଲା । ଏହି ବର୍ଗରେ ପ୍ରଥମ ଥର ପାଇଁ ଓସ୍କାର ଜିଣି ନାଟୁ ନାଟୁ ଭାରତକୁ ଗର୍ବିତ କରିଛି । ଏହି ଗୀତର ସଙ୍ଗୀତ ନିର୍ଦ୍ଦେଶକ ଏମଏମ କରୀମ ହୋଇଥିବା ବେଳେ କୋରିଓଗ୍ରାଫର ଥିଲେ ପ୍ରେମ ରକ୍ଷିତ । ଗୀତ ରଚନା କରିଛନ୍ତି ରିୟା ମୁଖାର୍ଜୀ ଓ ଗୀତଟିକୁ ଗାଇଛନ୍ତି ବିଶାଳ ମିଶ୍ର ଓ ରାହୁଲ ଶିପଲିଗୁଞ୍ଜ । ସେପଟେ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ବର୍ଗରେ ଭାରତୀୟ ଫିଲ୍ମ ଦ ଏଲିଂଫାଟ ହ୍ୱିସପରର୍ସ ଓସ୍କାର ବିଜୟୀ ହୋଇଛି । ପ୍ରଡ୍ୟୁସର ଗୁନୀତ ମୁଙ୍ଗାଙ୍କ ଏହି ଫିଲ୍ମକୁ ଦର୍ଶକ ବେଶ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.