ପ୍ରମୁଖ ଖବର

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର

ମିଳିତ କାର୍ଯ୍ୟକ୍ରମ ନେଇ ସୋଆ ଏବଂ ଆର୍‌ଏସ୍‌ବି ଟ୍ରାନ୍ସମିସନ୍ସ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

0

ଭୁବନେଶ୍ୱର , ୧୬/ ୦୩ : ଶିଳ୍ପ ପାଇଁ ଆବଶ୍ୟକୀୟ ଯନ୍ତ୍ରାଂଶ ପ୍ରସ୍ତୁତି ସମ୍ବନ୍ଧରେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରିବା ନିମନ୍ତେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପୁନେ ସ୍ଥିତ ଆରଏସବି ଟ୍ରାନ୍ସମିସନ୍ସ( ଆଇ) ଲିମିଟେଡ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛି । ପ୍ରୋସେସ୍ ସିମୁଲେସନ୍ସ, ନ୍ୟୁମରିକାଲ୍ ମଡେଲିଂ, ଅପ୍ଟିମାଇଜେସନ୍ ଅଫ୍ ଟେକ୍ନିକ୍ସ ଭଳି ବିଭିନ୍ନ ବୈଜ୍ଞାନିକ ପଦ୍ଧତିକୁ ନେଇ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି ।

ସୋଆର ପ୍ରୋ-ଭାଇସ୍ ଚାନ୍‌ସେଲର ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆର୍‌ଏସ୍‌ବି ଆର୍‌ଏସ୍‌ବି ଟ୍ରାନ୍ସମିସନ୍ସ (ଆଇ) ଲିମିଟେଡ୍ ପକ୍ଷରୁ ନିର୍ଦ୍ଦେଶକ ଡକ୍ଟର ଓମ୍‌କାର ନାଥ ମହାନ୍ତି ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । ଏହି କାର୍ଯ୍ୟକ୍ରମଗୁଡ଼ିକ ଦ୍ୱାରା ଉଚ୍ଚ କ୍ଷମତା ସମ୍ପନ୍ନ ପ୍ରୋସେସିଂ କାର୍ଯ୍ୟ ସ୍ୱଳ୍ପ ମୂଲ୍ୟରେ ହୋଇପାରିବ ବୋଲି ଡକ୍ଟର ମହାନ୍ତି କହିଥିଲେ । ପୂର୍ବରୁ ଡକ୍ଟର ମହାନ୍ତି ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିର କୁଳପତି ଥିଲେ । ଏହି ସମ୍ପର୍କରେ ବୁଝାଇ ଡକ୍ଟର ମହାନ୍ତି କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଦ୍ୱାରା ଶକ୍ତି ଅପଚୟ କମ୍ ହେବ, ଉତ୍ପାଦନ ବଢ଼ିବ ଏବଂ ଯନ୍ତ୍ରାଂଶ ଅଧିକ ଦିନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିିବ ।

ଏହି ଅବସରରେ ସୋଆର ଚିଫ୍ ଆଡ୍‌ମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର (ଡକ୍ଟର) ସରୋଜ ଆଚାର୍ଯ୍ୟ, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଜୟଦେବ ବଳ, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡକ୍ଟର ବିନାୟକ ପଟ୍ଟନାୟକ ଏବଂ ଶ୍ରୀ ଅଶୋକ ସାହୁ, ପୁନେ ସ୍ଥିତ ଆର୍‌ଏସ୍‌ବି ଟ୍ରାନ୍ସମିସନ୍ସ (ଆଇ) ଲିମିଟେଡ୍‌ର ଇଞ୍ଜିନିୟର୍ ( ଡିଜାଇନ୍ ଏବଂ ଡେଭଲପ୍‌ମେଂଟ) ଶ୍ରୀ ଶୁଭେନ୍ଦୁ କୁମାର ଦେ ଏବଂ ଶ୍ରୀ ସୁଶାନ୍ତ ସାହୁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.