ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଆନ୍ଦୋଳନ ପ୍ରତ୍ୟାହାର କଲା ଓଡିଶା ଡ୍ରାଇଭର ମହାସଂଘ

0

ଭୁବନେଶ୍ବର; ଦୁଇ ଦିନ ଆନ୍ଦୋଳନ ପରେ ପ୍ରତ୍ୟାହାର କଲା ଡ୍ରାଇଭର ମହାସଂଘ । ଓଡିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ପ୍ରତ୍ୟାହାର ନେଇ ଫେସବୁକ ପେଜରେ ପୋଷ୍ଟ କରାଯାଇଛି । ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି ସମସ୍ତଙ୍କୁ ସମୟ ଦେବା ଦରକାର । ସରକାର କେବେ ଆମ ପାଇଁ କିଛି କରିନଥିଲେ । ତେଣୁ କିଛି କରିବା ପାଇଁ ୩ମାସ ସମୟ ନେଇଛନ୍ତି । ତେଣୁ ଏହି ସମୟକୁ ଆମେ ଗ୍ରହଣ କଲୁ ।

ଯଦି ୯୦ରୁ ୯୧ ଦିନ ହେଲା ଆମେ ପୁଣି ଆନ୍ଦୋଳନ କରିବୁ । ନହେଲେ ନବୀନ ନିବାସ ଆଗରେ ଆମେ ଆତ୍ମାହୂତି ଦେବୁ । ସରକାର ଆମକୁ ହାଲକାରେ ନେଇଥିଲେ ଏଥର ଆମକୁ ଗୁରୁତ୍ୱ ଦେବେ । ଫେସବୁକରେ ଏକ ଭିଡିଓ ପୋଷ୍ଟ କରି ଏପରି କହିଛନ୍ତି ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ।

ତେବେ ସାରା ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି ଡ୍ରାଇଭର ମହାସଂଘର ସଭାପତି । ଜନସାଧାରଣଙ୍କ ଅସୁବିଧା ଆଉ ସରକାରଙ୍କ ଅନୁରୋଧକୁ ସମ୍ମାନ ଦେଇ ସେ ଆନ୍ଦୋଳନ ପ୍ରତ୍ୟାହାର କରୁଛନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.