ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ମିଳିତ କାର୍ଯ୍ୟକ୍ରମ ନେଇ ସୋଆ ଏବଂ ଆର୍‌ଏସ୍‌ବି ଟ୍ରାନ୍ସମିସନ୍ସ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

0

ଭୁବନେଶ୍ୱର , ୧୬/ ୦୩ : ଶିଳ୍ପ ପାଇଁ ଆବଶ୍ୟକୀୟ ଯନ୍ତ୍ରାଂଶ ପ୍ରସ୍ତୁତି ସମ୍ବନ୍ଧରେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରିବା ନିମନ୍ତେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପୁନେ ସ୍ଥିତ ଆରଏସବି ଟ୍ରାନ୍ସମିସନ୍ସ( ଆଇ) ଲିମିଟେଡ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛି । ପ୍ରୋସେସ୍ ସିମୁଲେସନ୍ସ, ନ୍ୟୁମରିକାଲ୍ ମଡେଲିଂ, ଅପ୍ଟିମାଇଜେସନ୍ ଅଫ୍ ଟେକ୍ନିକ୍ସ ଭଳି ବିଭିନ୍ନ ବୈଜ୍ଞାନିକ ପଦ୍ଧତିକୁ ନେଇ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି ।

ସୋଆର ପ୍ରୋ-ଭାଇସ୍ ଚାନ୍‌ସେଲର ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆର୍‌ଏସ୍‌ବି ଆର୍‌ଏସ୍‌ବି ଟ୍ରାନ୍ସମିସନ୍ସ (ଆଇ) ଲିମିଟେଡ୍ ପକ୍ଷରୁ ନିର୍ଦ୍ଦେଶକ ଡକ୍ଟର ଓମ୍‌କାର ନାଥ ମହାନ୍ତି ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । ଏହି କାର୍ଯ୍ୟକ୍ରମଗୁଡ଼ିକ ଦ୍ୱାରା ଉଚ୍ଚ କ୍ଷମତା ସମ୍ପନ୍ନ ପ୍ରୋସେସିଂ କାର୍ଯ୍ୟ ସ୍ୱଳ୍ପ ମୂଲ୍ୟରେ ହୋଇପାରିବ ବୋଲି ଡକ୍ଟର ମହାନ୍ତି କହିଥିଲେ । ପୂର୍ବରୁ ଡକ୍ଟର ମହାନ୍ତି ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିର କୁଳପତି ଥିଲେ । ଏହି ସମ୍ପର୍କରେ ବୁଝାଇ ଡକ୍ଟର ମହାନ୍ତି କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଦ୍ୱାରା ଶକ୍ତି ଅପଚୟ କମ୍ ହେବ, ଉତ୍ପାଦନ ବଢ଼ିବ ଏବଂ ଯନ୍ତ୍ରାଂଶ ଅଧିକ ଦିନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିିବ ।

ଏହି ଅବସରରେ ସୋଆର ଚିଫ୍ ଆଡ୍‌ମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର (ଡକ୍ଟର) ସରୋଜ ଆଚାର୍ଯ୍ୟ, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଜୟଦେବ ବଳ, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ଆସିଷ୍ଟାଂଟ ପ୍ରଫେସର ଡକ୍ଟର ବିନାୟକ ପଟ୍ଟନାୟକ ଏବଂ ଶ୍ରୀ ଅଶୋକ ସାହୁ, ପୁନେ ସ୍ଥିତ ଆର୍‌ଏସ୍‌ବି ଟ୍ରାନ୍ସମିସନ୍ସ (ଆଇ) ଲିମିଟେଡ୍‌ର ଇଞ୍ଜିନିୟର୍ ( ଡିଜାଇନ୍ ଏବଂ ଡେଭଲପ୍‌ମେଂଟ) ଶ୍ରୀ ଶୁଭେନ୍ଦୁ କୁମାର ଦେ ଏବଂ ଶ୍ରୀ ସୁଶାନ୍ତ ସାହୁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.