ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

କଳ୍ପନା ‌ଛକ ପେ‌ଟ୍ରୋଲ ପମ୍ପରେ ବୁଲିଲା ଖଣ୍ଡା

0

ଭୁବନେଶ୍ୱର: କଳ୍ପନା ଛକରେ ଥିବା ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇବାକୁ ନେଇ ଆଜି ସନ୍ଧ୍ୟାରେ ଖଣ୍ଡା ବୁଲିଛି | କଳ୍ପନା ଛକରେ ଥିବା କଳ୍ପନା ଜୟ ଅଟୋ ସେଣ୍ଟରରେ ପେଟ୍ରୋଲ ପକାଇବାକୁ ନେଇ ଉତ୍ତେଜନା ଦେଖାଦେଇଛି | ୩ ଜଣ ଯୁବକ ମାରଣାସ୍ତ୍ର ଧରି ଆକ୍ରମଣ କରିଥିବାବେଳେ ପେଟ୍ରୋଲ ପମ୍ପର ଏକାଧିକ କର୍ମଚାରୀ ଆହତ ହୋଇଛନ୍ତି ।

ଆହତ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଦୀର୍ଘ ସମୟ ଧରି ଆତଙ୍କ ରଚିଥିବାବେଳେ ଯୁବକଙ୍କୁ ସ୍ଥାନୀୟ ଲୋକ କାବୁ କରିଥିଲେ । ଆକ୍ରମଣ କରିଥିବା ଯୁବକଙ୍କୁ ପୁଲିସ ଜିମା ଦିଆଯାଇଥିବାବେଳେ ସିସିଟିଭିରେ ପୁରା ଘଟଣା ରେକର୍ଡ ହୋଇଛି । ବର୍ତ୍ତମାନ ଘଟଣାସ୍ଥଳରେ ପୁଲିସ ପହଂଚି ଉକ୍ତ ପେଟ୍ରୋଲ ପମ୍ପକୁ ବନ୍ଦ କରି ଛାନଭିନ ଚଳାଇଛି। 

Leave A Reply

Your email address will not be published.