ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0

ଯାଜପୁର; ଯାଜପୁର ସରକାରୀ ପଲିଟେକନିକର ବିରଜା ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀଙ୍କ ନାଁ ରୋଜାଲିନ ପାତ୍ର। ସେ ଇଲେକ୍ଟ୍ରିକାଲ ବିଭାଗର ତୃତୀୟ ବର୍ଷର ଛାତ୍ରୀ ଥିଲେ। ପରିବାର ଲୋକେ ରୋଜାଲିନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ତାଙ୍କୁ ମାରି ଝୁଲାଇ ଦିଆଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ୪ଟି କ୍ୟାମ୍ପସ ପାଇବା ପରେ ରୋଜାଲିନଙ୍କୁ ତାଙ୍କ ସହପାଠୀମାନେ ଈର୍ଷା କରୁଥିଲେ। ତାଙ୍କୁ ହଇରାଣ କରୁଥିଲେ। ଆଉ କୌଣସି କ୍ୟାମ୍ପସରେ ନବସିବାକୁ ତାଙ୍କୁ ଧମକ ଦେଉଥିଲେ।

ରୋଜାଲିନଙ୍କ ପରିବାର ଲୋକେ ଏହି ଘଟଣା ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଦାୟୀ କରିଛନ୍ତି। ଘଟଣା ସମ୍ପର୍କରେ ପୁଲିସ୍‌ କିମ୍ବା କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଖବର ଲେଖାଯିବା ବେଳେ ବେଳକୁ ପୁଲିସ୍ ହଷ୍ଟେଲରେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବାକୁ ବ୍ୟବସ୍ଥା କରୁଥିଲା। ଯାଜପୁର ଏସ୍‌ଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଓ କୋରେଇ ଥାନା ଆଇଆଇସି ସଂଘମିତ୍ର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛନ୍ତି।

Leave A Reply

Your email address will not be published.