ପ୍ରମୁଖ ଖବର

ଶ୍ରୀମନ୍ଦିରରେ ଆସୁଛି ଇ-ହୁଣ୍ଡି ବ୍ୟବସ୍ଥା; ବିଶ୍ୱର ଯେକୌଣସି ସ୍ଥାନରୁ କରିହେବ ଦାନ
ଦିଲ୍ଲୀ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୨୧ ମୃତ, ୪୦ରୁ ଅଧିକ ଉଦ୍ଧାର
ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଆଗୁଆ ଟଙ୍କା
୩୯,୨୯୦ କୋଟିର ମେଗା ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
କର୍ଣ୍ଣାଟକର ୩୪ତମ ମୁଖ୍ୟମନ୍ତ୍ରୀ ଭାବେ ଡି.କେ. ଶିବକୁମାରଙ୍କ ଶପଥ ଗ୍ରହଣ
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ,ବିବାହ ପରେ ବି ପିତାମାତାଙ୍କ ପରିବାରର ସଦସ୍ୟ ଝିଅ

ନବୀନ ଜିନ୍ଦଲଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ

0

ନୂଆଦିଲ୍ଲୀ, ୨୯ ମାର୍ଚ୍ଚ ୨୦୨୩: ଶିଳ୍ପ, ରାଜନୀତି ଏବଂ ଶିକ୍ଷା କ୍ଷେତ୍ରରେ ସଫଳତା ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲଙ୍କୁ ଟେକ୍ସାସ ୟୁନିଭରସିଟି (ଡଲାସ) ଦ୍ୱାରା ଆଜୀବନ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି। ୨୫ ମାର୍ଚ୍ଚ ୨୦୨୩ରେ ବିଶ୍ୱବିଦ୍ୟାଳୟ ଦ୍ବାରା ଆୟୋଜିତ ଏକ ସମାରୋହରେ ଏହି ବିଶ୍ୱବିଦ୍ୟାଳୟ ୧୯୯୨ ବ୍ୟାଚ୍ ର ପୁରାତନ ଛାତ୍ର ଶ୍ରୀ ଜିନ୍ଦଲ ଏହି ପୁରସ୍କାର ଗ୍ରହଣ କରିଥିଲେ। ନୋବେଲ ବିଜେତା ଅଜିଜ ସୈଂକର ପରେ ଏହି ସମ୍ମାନଜନକ ପୁରସ୍କାର ପାଇବାରେ ଶ୍ରୀ ଜିନ୍ଦଲ ଦ୍ୱିତୀୟ ବ୍ୟକ୍ତି ।

ଟେକ୍ସାସ ୟୁନିଭରସିଟି (ଡଲାସ) ଛାତ୍ର ଭାବରେ ଶ୍ରୀ ଜିନ୍ଦଲ ଷ୍ଟୁଡେଣ୍ଟ ଗଭର୍ଣ୍ଣମେଣ୍ଟର ଉଭୟ ଉପାଧ୍ୟକ୍ଷ ଏବଂ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ଏବଂ ଷ୍ଟୁଡେଣ୍ଟ ଲିଡର ଅଫ୍ ଦି ଇୟର ପୁରସ୍କାର ପାଇଥିଲେ । ସେ ୨୦୧୦ରେ ବିଶ୍ୱବିଦ୍ୟାଳୟର ବିଶିଷ୍ଟ ଆଲୁମିନି ପୁରସ୍କାର ସହିତ ସମ୍ମାନିତ ହୋଇଥିଲେ । ଟେକ୍ସାସ ୟୁନିଭରସିଟି (ଡଲାସ) ଦ୍ବାରା ନିଜର ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟକୁ ୨୦୧୧ ରେ ନବୀନ ଜିନ୍ଦଲ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ ଭାବରେ ପୁନଃ ନାମକରଣ କରି ନିଜର ଅତିବିଶିଷ୍ଟ ପୁରାତନ ଛାତ୍ରଙ୍କୁ ସମ୍ମାନିତ କରିଥିଲା ।

ପୁରାତନ ଛାତ୍ର ମାନଙ୍କ ନିମନ୍ତେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ଟେକ୍ସାସ ୟୁନିଭରସିଟି (ଡଲାସ)ର ସର୍ବୋଚ୍ଚ ସାମ୍ନାନ । ଯେଉଁମାନେ ସମାଜରେ ପରିବର୍ତ୍ତନ, ବିଶ୍ବବିଦ୍ୟାଳୟର ବିକାଶ ନିମନ୍ତେ ମହତ୍ୱପୂର୍ଣ ଯୋଗଦାନ କରିବା ସହିତ ଏବଂ ଉତ୍କର୍ଷର ନୂତନ ଉଚ୍ଚତାରେ ପହଞ୍ଚିବାକୁ ଅନ୍ୟମାନଙ୍କୁ ପ୍ରେରଣା ଦେଇଥାନ୍ତି, ସେମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ।

Leave A Reply

Your email address will not be published.