ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ନବୀନ ଜିନ୍ଦଲଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ

0

ନୂଆଦିଲ୍ଲୀ, ୨୯ ମାର୍ଚ୍ଚ ୨୦୨୩: ଶିଳ୍ପ, ରାଜନୀତି ଏବଂ ଶିକ୍ଷା କ୍ଷେତ୍ରରେ ସଫଳତା ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲଙ୍କୁ ଟେକ୍ସାସ ୟୁନିଭରସିଟି (ଡଲାସ) ଦ୍ୱାରା ଆଜୀବନ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି। ୨୫ ମାର୍ଚ୍ଚ ୨୦୨୩ରେ ବିଶ୍ୱବିଦ୍ୟାଳୟ ଦ୍ବାରା ଆୟୋଜିତ ଏକ ସମାରୋହରେ ଏହି ବିଶ୍ୱବିଦ୍ୟାଳୟ ୧୯୯୨ ବ୍ୟାଚ୍ ର ପୁରାତନ ଛାତ୍ର ଶ୍ରୀ ଜିନ୍ଦଲ ଏହି ପୁରସ୍କାର ଗ୍ରହଣ କରିଥିଲେ। ନୋବେଲ ବିଜେତା ଅଜିଜ ସୈଂକର ପରେ ଏହି ସମ୍ମାନଜନକ ପୁରସ୍କାର ପାଇବାରେ ଶ୍ରୀ ଜିନ୍ଦଲ ଦ୍ୱିତୀୟ ବ୍ୟକ୍ତି ।

ଟେକ୍ସାସ ୟୁନିଭରସିଟି (ଡଲାସ) ଛାତ୍ର ଭାବରେ ଶ୍ରୀ ଜିନ୍ଦଲ ଷ୍ଟୁଡେଣ୍ଟ ଗଭର୍ଣ୍ଣମେଣ୍ଟର ଉଭୟ ଉପାଧ୍ୟକ୍ଷ ଏବଂ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ଏବଂ ଷ୍ଟୁଡେଣ୍ଟ ଲିଡର ଅଫ୍ ଦି ଇୟର ପୁରସ୍କାର ପାଇଥିଲେ । ସେ ୨୦୧୦ରେ ବିଶ୍ୱବିଦ୍ୟାଳୟର ବିଶିଷ୍ଟ ଆଲୁମିନି ପୁରସ୍କାର ସହିତ ସମ୍ମାନିତ ହୋଇଥିଲେ । ଟେକ୍ସାସ ୟୁନିଭରସିଟି (ଡଲାସ) ଦ୍ବାରା ନିଜର ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟକୁ ୨୦୧୧ ରେ ନବୀନ ଜିନ୍ଦଲ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ ଭାବରେ ପୁନଃ ନାମକରଣ କରି ନିଜର ଅତିବିଶିଷ୍ଟ ପୁରାତନ ଛାତ୍ରଙ୍କୁ ସମ୍ମାନିତ କରିଥିଲା ।

ପୁରାତନ ଛାତ୍ର ମାନଙ୍କ ନିମନ୍ତେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ଟେକ୍ସାସ ୟୁନିଭରସିଟି (ଡଲାସ)ର ସର୍ବୋଚ୍ଚ ସାମ୍ନାନ । ଯେଉଁମାନେ ସମାଜରେ ପରିବର୍ତ୍ତନ, ବିଶ୍ବବିଦ୍ୟାଳୟର ବିକାଶ ନିମନ୍ତେ ମହତ୍ୱପୂର୍ଣ ଯୋଗଦାନ କରିବା ସହିତ ଏବଂ ଉତ୍କର୍ଷର ନୂତନ ଉଚ୍ଚତାରେ ପହଞ୍ଚିବାକୁ ଅନ୍ୟମାନଙ୍କୁ ପ୍ରେରଣା ଦେଇଥାନ୍ତି, ସେମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ।

Leave A Reply

Your email address will not be published.