ପ୍ରମୁଖ ଖବର

ପୁରୀ ହୋଟେଲ୍‌ରୁ ଦୁଇ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ
ସ୍ୱାଧୀନତା ଦିବସ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଗଡ଼ିବ ସ୍ପେଶାଲ ଟ୍ରେନ୍
ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ବୈଷୟିକ କମିଟି ଗଠନ ହେବ: ନଗର ଉନ୍ନୟନ ମନ୍ତ୍ରୀ
ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୧୦ ମୃତ୍ୟୁ ସନ୍ଦେହ
ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ

ମହର୍ଷି କଲେଜରେ ଛାତ୍ରଙ୍କୁ ମାରଣାନ୍ତକ ଆକ୍ରମଣ

0

ଭୁବନେଶ୍ୱର: ମହର୍ଷି କଲେଜରେ ଅଣଛାତ୍ରଙ୍କ ଦାଦାଗିରି ଲାଗି ତୁମୁଳକାଣ୍ଡ ଘଟିଛି । ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣ କରିଥିବା ୧୦ ରୁ ଉର୍ଦ୍ଧ୍ବ ଯୁବକ ଝାରପଡା ଅଞ୍ଚଳର ହୋଇଥିବା ସୂଚନାମିଳୁଛି। ଗୁରୁତର ଅବସ୍ଥାରେ ଜଣେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନାନୁସାରେ, ଝାରପଡାର ଦୁଇ ଜଣ ଯୁବକ ଦୁଇ ଦିନ ତଳେ କଲେଜ କ୍ୟାମ୍ପସକୁ ଆସି ଛାତ୍ରୀଙ୍କୁ କମେଣ୍ଟ ମାରିଥିଲେ। ସେଠାରେ ଉପସ୍ଥିତ ଥିବା ପିଲାମାନେ ଏହାର ବିରୋଧ କରିଥିଲେ। ପ୍ରିନ୍ସିପାଲଙ୍କ ନିକଟରେ ଅଣ୍ଡରଟେକିଂ ଲେଖିବା ପରେ ସେମାନଙ୍କୁ ଛଡ଼ାଯାଇଥିଲା । ସେହି ରାଗ ସୁଝାଇବା ପାଇଁ ଆଜି ୧୦ରୁ ଉର୍ଦ୍ଧ୍ବ ଯୁବକ କଲେଜ କ୍ୟାମ୍ପସରେ ପହଞ୍ଚିଥିଲେ। କିଛି କହିବା ପୂର୍ବରୁ ବ୍ୟାଟ, ଲୁହାରଡ଼, ହକି ଷ୍ଟିକରେ ମାଡ଼ ମାରି ୫ ଜଣଙ୍କୁ ଲହୁଲୁହାଣ କରିଦେଇଥିଲେ।

ତେବେ ପୁଲିସ ଘଟଣାସ୍ଥଳରେ ପହଁଚି ସିସିଟିଭି ଯାଞ୍ଚ କରିବା ସହ ଉତ୍ତ୍ୟକ୍ତ ଛାତ୍ରଙ୍କୁ ବୁଝାସୁଝା କରିଛି। ଘଟଣାରେ ସଂପୃକ୍ତ ଥିବା ସମସ୍ତ ଅଣଛାତ୍ରଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛି ପୁଲିସ।

Leave A Reply

Your email address will not be published.