ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କଟକ ଲିଙ୍କ ରୋଡ ଛକରେ ବସରେ ଲାଗିଲା ନିଆଁ

0

କଟକ: କଟକ ଲିଙ୍କରୋଡଠାରେ ଦେଖିବାକୁ ମିଳିଛି ଏକ ଭୟାବହ ଅଗ୍ନିକାଣ୍ଡ। କଟକ ଲିଙ୍କ ରୋଡ ଛକରେ ବସରେ ଲାଗିଲା ନିଆଁ । ସିଟ୍ ଲେଦର ଓ କପଡାରେ ନିଆଁ ଲାଗିଥିବାରୁ ଖୁବ ଜୋରରେ ବସଟି ଜଳିଥିଲା । ବସଟି କିଛି ଦିନ ହେଲା ଛକରେ ରଖାଯାଇଥଲା । ଏହା ନିୟମିତ ଭାବେ କଟକରୁ ବରଗଡ ଯିବା ଆସିବା କରୁଥିଲା । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛି

ସୂଚନାଯୋଗ୍ୟ; କଟକ ଲିଙ୍କ୍ ରୋଡରେ ଏକ ବସରେ ନିଆଁ ଲାଗି ଯିବା ଫଳରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ବସଟି ଦୀର୍ଘଦିନ ହେବ ଥୁଆ ହୋଇ ରହିଥିବା ବେଳେ ଆଜି ହଠାତ ସେଥିରେ ନିଆଁ ଲାଗିଥିଲା। ବସ ପାଖରେ ଥିବା ଏକ ପାନ ଦୋକାନ ଓ ଗଛରେ ମଧ୍ୟ ଏହି ନିଆଁ ଲାଗିଛି। ଦୋକାନରେ ଥିବା ସମସ୍ତ ଜିନିଷ ଜଳି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ସୂଚନା ରହିଛି।  ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ମାତ୍ରେ ଅଗ୍ନିଶମ ବାହିନୀର ଦୁଇଟି ଟିମ ପହଂଚି ନିଆଁକୁ ଆୟତ କରିଥିଲା। ପ୍ରାଥମିକ ତଦନ୍ତରୁ ଜଣା ପଡିଛି ଯେ ଧୁମ୍ରପାନ ଯୋଗୁ ଏପରି ନିଆଁ ଲାଗିଛି।

Leave A Reply

Your email address will not be published.