ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଗବେଷଣା କ୍ଷେତ୍ରରେ ସହଯୋଗ ନିମନ୍ତେ ସୋଆ ଓ ଜିମ୍ବାୱେ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

0

ଭୁବନେଶ୍ବର: ବିଭିନ୍ନ ଏକାଡେମିକ୍ ଏବଂ ଆନୁସଙ୍ଗିକ କ୍ଷେତ୍ରରେ ସହଯୋଗ ଓ ଗବେଷଣା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ଜିମ୍ବାୱେର ବିନ୍ଦୁରା ବିଶ୍ୱବିଦ୍ୟାଳୟ ଅଫ୍ ସାଇନ୍ସ ଏଜୁକେସନ୍ ମଧ୍ୟରେ ଗୁରୁବାର ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ସୋଆ ମୁଖ୍ୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ବିନ୍ଦୁରା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏଡି ମ୍ବେଞ୍ଜେ ଏହି ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ ।

ଏହି ଚୁକ୍ତି ୫ ବର୍ଷ ପର୍ଯ୍ୟନ୍ତ ବଳବତର ରହିବ ଓ ଗବେଷଣାରେ ସହଯୋଗ ଏହାର ବିଶେଷ ଅଂଶ ହେବ । ଆଂଟି-ସ୍ନେକ୍ ଭେନମ୍ ଡ୍ରଗ୍ ସମେତ ପ୍ରାକୃତିକ ଦ୍ରବ୍ୟରୁ ପ୍ରସ୍ତୁତ ଔଷଧର ବିକାଶ ଉପରେ ବିଶେଷ ଗବେଷଣା କରିବା ନିମନ୍ତେ ପଦକ୍ଷେପ ନିଆଯିବ । ଏହାଛଡ଼ା ଶିକ୍ଷକ ଏବଂ ଛାତ୍ର ବିନିମୟ ପାଠ୍ୟକ୍ରମ ବିକାଶ ଓ ଭବିଷ୍ୟତ କାର୍ଯ୍ୟକ୍ରମ ଉପରେ ଧ୍ୟାନ ଦିଆଯିବ । ପ୍ରଫେସର ମ୍ବେଞ୍ଜେ ପରେ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜ ନାୟକଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରି ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରଫେସର ମ୍ବେଞ୍ଜେଙ୍କ ବ୍ୟତୀତ ବିନ୍ଦୁରା ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ଆଣ୍ଡ ଇନୋଭେସନ୍ ନିର୍ଦ୍ଦେଶକ ପ୍ରଫେସର କୋର୍ଟି ମାହାଦି, ସୋଡିୟମ୍ ସିଲିକେଟ୍ ପ୍ରୋଜେକ୍ଟର ଲିଡ ରିସର୍ଚ୍ଚର ପ୍ରଫେସର ମାଥ୍ୟୁ ମୁପା, ଡେଭ୍‌ଲପ୍‌ମେଂଟ ଅଫ୍ ଆଂଟି-ସ୍ନେକ୍ ଭେନମ୍ ଡ୍ରଗ୍ ରିସର୍ଚ୍ଚର ଶ୍ରୀ ଟିଗେରେ ଚାୟାମିତି ଓ କୁଳପତିଙ୍କର ଆସିଷ୍ଟାଂଟ ଶ୍ରୀ ଡାନିଏଲ୍ ଚିହୋମ୍ବୋରି ଉପସ୍ଥିତ ଥିଲେ ।

ସେହିପରି ସୋଆର ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ଆଡିସ୍‌ନାଲ୍ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ସୋଆର ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା, ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା, ଫ୍ୟାକଲ୍ଟି ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ପ୍ରଫେସର ଗୌତମ ରଥ ଏବଂ ପ୍ରଫେସର ପ୍ରତାପ କୁମାର ସାହୁ, ବାୟୋଟେକ୍ନୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସଂଘମିତ୍ରା ନାୟକ ଏବଂ ପ୍ରଫେସର ଆଗ୍ରୋନୋମି ପ୍ରଫେସର ଡକ୍ଟର ଜଗମୋହନ ଲାଲ ଗୁଲାଟି ପ୍ରମୁଖ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ସମୟରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.