ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ସମସ୍ତ ଛୁଟି ବାତିଲ, ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ
ହାଇ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ
ବାଲେଶ୍ୱର ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ
ଅନିର୍ଦ୍ଦିଷ୍ଟ କାଳ ଯାଏ ଆଇପିଏଲ ସ୍ଥଗିତ
ମେ ୧୫ ତାରିଖ ସକାଳ ସାଢେ ୫ଟା ଯାଏଁ ଦେଶର ୨୪ଟି ବିମାନବନ୍ଦର ବନ୍ଦ ରହିବ
ସବୁ ରାଜ୍ୟକୁ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ, ସିଭିଲ ଡିଫେନ୍ସ ନିୟମ ଅନୁଯାୟୀ ଜରୁରୀ କ୍ଷମତା ହେବ ପ୍ରୟୋଗ

୪.୧୩ କୋଟି ଟଙ୍କା ଠକେଇ ମାମଲାରେ ୩ ଗିରଫ

0

ଭୁବନେଶ୍ବର: କଟକରେ ୪.୧୩ କୋଟି ଟଙ୍କା ଠକେଇ ମାମଲାରେ ୩ ଜଣଙ୍କୁ ଅର୍ଥନୈତିକ ଅପରାଧ ଶାଖା ଭୁବନେଶ୍ୱର ଗିରଫ କରିଥିବା ଜଣାଯାଇଛି। ତିନି ଅଭିଯୁକ୍ତ ହେଲେ କଟକ ଅର୍ବାନ କୋପରେଟିଭ ବ୍ୟାଙ୍କ ନୂଆପାଟଣା ଶାଖାର ଅବସରପ୍ରାପ୍ତ ଶାଖା ପରିଚାଳକ ଶେଖ୍ ଅବଦୁଲ ହାୟୀ, ଖ୍ରୀଷ୍ଟ ମହାବିଦ୍ୟାଳୟର ସଂପ୍ରସାରଣ କାଉଣ୍ଟରର ବରିଷ୍ଠ ସହାୟକ ପ୍ରକାଶ କୁମାର ମହାପାତ୍ର ଓ ପ୍ରାକ୍ତନ ଏଲଆଇସି ଏଜେଣ୍ଟ ମୁସ୍ତାକିମ୍ ରଜା। ମୁସ୍ତାକିମ୍ ରଜା ୨୦୦୨ରୁ ୨୦୨୨ ଯାଏ ଏଲଆଇସି ଏଜେଣ୍ଟ ଭାବେ କାମ କରୁଥିବା ଜଣାଯାଇଛି।  ଏମାନଙ୍କୁ ଗତକାଲି କଟକରୁ ଗିରଫ କରାଯାଇଛି। ଆଜି ଅଭିଯୁକ୍ତମାନଙ୍କୁ ଜେଏମଏଫସି କେର୍ଟରେ ହାଜର କରାଯାଇଛି।

ଅର୍ବାନ କୋପରେଟିଭ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟବ୍ରତ ପଣ୍ଡାଙ୍କ ଅଭିଯୋଗ ଉପରେ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତମାନେ ୨୦୧୯ରୁ ୨୦୨୧ ମଧ୍ୟରେ ୩ଜଣଙ୍କୁ ଜାଲି ଏଲଆଇସି ସାର୍ଟିଫିକେଟ୍ ଜରିଆରେ ୩.୮୨ କୋଟି ଟଙ୍କାର ୮ଟି  ଋଣ ଦେଇଥିଲେ। ଏହାର ପରିମାଣ ଏବେ ୪.୧୩ କୋଟିରେ ପହଞ୍ଚିଥିବା ଜଣାଯାଇଛି।

Leave A Reply

Your email address will not be published.