ପ୍ରମୁଖ ଖବର

ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ହେଲେ ଗୋଲ୍ଡେନ ବୟ ନୀରଜ ଚୋପ୍ରା
ବେଙ୍ଗାଲୁରୁରେ ଭଡ଼ାଘରୁ ଓଡ଼ିଆ ଦମ୍ପତିଙ୍କ ମୃତଦେହ ଉଦ୍ଧାର
ୟୁନିଟ୍‌-୧ ପରିବା ମାର୍କେଟ୍‌ରେ ନିଆଁ
ପୋଲିସ ଏସଆଇ ନିଯୁକ୍ତି ସ୍କାମ; ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର
ହୃଦଘାତରେ ଗାୟକ ଋଷଭ ଟଣ୍ଡନଙ୍କ ପରଲୋକ
ସୋର ସବ୍ ଜେଲରୁ କଏଦୀ ଫେରାର ଘଟଣାରେ ଦୁଇ ଜେଲ ୱାର୍ଡର ନିଲମ୍ବିତ
ପୀତବାସ ପଣ୍ଡା ହତ୍ୟା ମାମଲା: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୧୨ ଗିରଫ

ବନ୍ଧା ହେଲେ ତନ୍ତ୍ର ସାଧକ ବିପିନ ରାଉତରାୟ

0

ଖୋର୍ଦ୍ଧା: ଶେଷରେ ନିଜକୁ ଭୂତ ସଭାପତି ଦାବି କରୁଥିବା ତନ୍ତ୍ର ସାଧକ ଗିରଫ ହେଲେ। ବିପିନ୍ ରାଉତରାୟଙ୍କୁ ବାନ୍ଧିଲା ଖୋର୍ଦ୍ଧା ପୁଲିସ । ଜାମିନ୍ ନାମଞ୍ଜୁର ପରେ ଗଲେ ଜେଲ। ଦୁଇ ଦୁଇଟି ମାମଲାରେ ଭୂତଙ୍କ ସଭାପତି ଜ୍ୟୋତିଷ ବିପିନ ରାଉତରାୟକୁ ବାନ୍ଧିଲା ପୁଲିସ୍ । ଗିରଫ ପରେ ତାଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ ।

ବିପିନ ରାଉତରାୟ ନିଜକୁ ଭୂତମାନଙ୍କ ସଭାପତି କହି ଗଣମାଧ୍ୟମରେ ଥିଲେ ଚର୍ଚ୍ଚାରେ । ୨୦୧୩ ମସିହାରେ ନିଜ ଭାଇ ଏବଂ ୨୦୧୬ରେ ଆଉ ଜଣେ ସମ୍ପର୍କୀୟକୁ ଗୁଳି ମାରି ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଥିଲା । ପୈତୃକ ସମ୍ପତିକୁ ନେଇ ବିପିନ ତାଙ୍କୁ ୨୦୧୩ରେ ଗୁଳି ମାରି ପଙ୍ଗୁ କରିଦେଇଛି । ସେ ଏବେବି ଉଠି ପାରୁନାହାନ୍ତି । ତାଙ୍କ ପତ୍ନୀଙ୍କ ଆଖିରୁ ଲୁହ ଶୁଖୁନି।

ଦୁଇଟି ଗୁଳିମାଡ଼ ଘଟଣାରେ ତା ନାଁରେ ଥିଲା ଜାମିନ ବିହିନ ଗିରଫ ପରଓ୍ବାନା । ଗତକାଲି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ନନ୍ଦପୁରରୁ ତାକୁ ଗିରଫ କରିଛି ପୋଲିସ୍ । ଗୁଳିମାଡ଼ ମାମଲାରେ ତାଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ୍ । ତେବେ ତାଙ୍କ ଗିରଫଦାରି ପରେ ତାଙ୍କ ବିଷୟରେ ଅନେକ କଥା ଶୁଣିବାକୁ ମିଳୁଛି।

Leave A Reply

Your email address will not be published.