ପ୍ରମୁଖ ଖବର

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଣ୍ଡାମାନ ଛୁଇଁବ ମୌସୁମୀ: ଆଇଏମଡିର ପୂର୍ବାନୁମାନ
ଯୁଦ୍ଧ ବିରତି ପରେ ଖୋଲିଲା ୩୨ ବିମାନବନ୍ଦର
ଟେଷ୍ଟରୁ ଅବସର ଘୋଷଣା କଲେ ବିରାଟ
ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ କୃଷ୍ଣ ଶ୍ରୀପାଦ ଦୀକ୍ଷିତ
ସମ୍ମମରେ ୬ ବର୍ଷ ଶିଶୁପୁତ୍ରର ମୃତ୍ୟୁ ପରେ ଅଙ୍ଗଦାନ, ଶିଶୁର କିଡ଼ନୀ ବଂଚାଇଲା ଦୁଇ ଜୀବନ

ଏନକାଉଣ୍ଟରରେ ପ୍ରାଣ ହରାଇଲେ ୨ ଆତଙ୍କବାଦୀ

0

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ବାରମୁଲ୍ଲାରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଘଟି ପ୍ରାଣ ହରାଇଛନ୍ତି ୨ ଜଣ ଆତଙ୍କବାଦୀ। ବାରମୁଲ୍ଲାର ବାନିଗାଓଁ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି ଆତଙ୍କବାଦୀ। ସେମାନଙ୍କଠାରୁ ଏକେ-୪୭ ସମେତ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ଏହି ଅସ୍ତ୍ରଶସ୍ତ୍ର କେଉଁଠାରୁ ଆସିଛି ତାହାର ତଦନ୍ତ ଜାରି ରହିଛି । ପ୍ରାଣ ହରାଇଥିବା ଆତଙ୍କବାଦୀ କେଉଁ ସଂଗଠନର ତାହା ସ୍ପଷ୍ଟ ହୋଇନାହିଁ । ଘଟଣାରେ ସାମିଲ ଥିବା ଅନ୍ୟ ଆତଙ୍କବାଦୀଙ୍କ ଲାଗି ସର୍ଚ୍ଚ ଅପରେସନ ଜାରି ରହିଛି। ସେପଟେ ଟେରର ଫଣ୍ଡିଂ ମାମଲାରେ ଏନଆଇଏ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଡ ଚାଲିଛି।

ଉତ୍ତର କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ୱାନିଗାମ୍‌ ପେୟୀନ କ୍ରୀରି ଅଞ୍ଚଳରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ପାଇ ନିରାପତ୍ତା ବଳ ଆଜି ପ୍ରତ୍ୟୁଷରେ ସେଠାରେ ‘କର୍ଡନ୍‌ ଆଣ୍ଡ୍‌ ସର୍ଚ’ ଅଭିଯାନ ଆରମ୍ଭ କରିଥିଲା ବୋଲି ଜଣେ ପୁଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି।

Leave A Reply

Your email address will not be published.