ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ସିଦ୍ଧରମୈୟା ହେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

0

କର୍ଣ୍ଣାଟକ: ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା । ତାଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଭାବେ ଡି.କେ ଶିବକୁମାର ମଧ୍ୟ ଶପଥ ନେବା ସହ ୮ ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ମନ୍ତ୍ରୀ ଭାବେ ଶପଥ ନେଇଥିବା ବିଧାୟକମାନେ ହେଲେ ଜି, ପରମେଶ୍ୱର, ଏଚ୍ ମୁନିୟପ୍ପା, କେ,ଜେ ଗର୍ଗ, ଏମ ବି ପାଟିଲ, ସତୀଶ ଜାରକିହୋଲି, ପ୍ରିୟାଙ୍କ ଖରଗେ, ରାମାଲିଙ୍ଗା ରେଡ୍ଡୀ, ବି.ଜେଡ, ଜମୀର, ଅହମ୍ମଦ ଖାନ ।

ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଏନସିପି ନେତା ଶରଦ ପାଓ୍ବାର ପ୍ରମୁଖ

ଆଜି ମନ୍ତ୍ରୀ ଭାବେ ଶପଥ ନେଇଥିବା ୮ଜଣ ବିଧାୟକଙ୍କ ଉପରେ ନଜର ପକାଇବା ତେବେ ଏହି ୮ଜଣ ବିଧାୟକ ଭିନ୍ନ ଭିନ୍ନ ବର୍ଗରୁ ପ୍ରତିନିଧିତ୍ୱ କରୁଛନ୍ତି । ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିବା ଏଚ୍ ମୁନିୟପ୍ପା ଦଳିତ ସମୁଦାୟରୁ ପ୍ରତିନିଧିତ୍ୱ କରୁଥିବା ବେଳେ ଜମୀର ଅହମ୍ମଦ ଖାନ ଓ କେ.ଜେ ଗର୍ଗ ଅଳ୍ପସଂଖ୍ୟକ ବର୍ଗରୁ ପ୍ରତିନିଧିତ୍ୱ କରନ୍ତି । ସେହିଭଳି ଜାର୍କିହୋଲୀ ଅନୁସୂଚିତ ଜନଜାତିରୁ ପ୍ରତିନିଧିତ୍ୱ କରୁଥିବା ବେଳେ ରାମାଲିଙ୍ଗା ରେଡ୍ଡୀ ରେଡ୍ଡୀ ସମୁଦାୟରୁ ପ୍ରତିନିଧିତ୍ୱ କରୁଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କୁରୁବା ସମୁଦାୟରୁ ଆସିଛନ୍ତି ଓ ଉପ ମୁଖ୍ୟମନ୍ତ୍ରୀ ଶିବକୁମାର ବୋକ୍କାଳିଗା ସମୁଦାୟରୁ ଆସିଛନ୍ତି ।

Leave A Reply

Your email address will not be published.