ପ୍ରମୁଖ ଖବର

ଶିଶୁ ଫର୍ମୁଲା ଫୁଡ୍‌କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍‌ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍‌ଟି ସୁପରିନଟେଣ୍ଡଣ୍ଟ

ରାଜଧାନୀରେ ପେଟ୍ରୋଲିଂ କରିବ ଡ୍ରୋନ୍

0

ଭୁବନେଶ୍ବର: ଖୁବଶୀଘ୍ର କମିଶନରେଟ ପୁଲିସ ଆରମ୍ଭ କରିବ ଡ୍ରୋନ ପେଟ୍ରୋଲିଂ ସିଷ୍ଟମ । ନୂଆ ଟେକନୋଲୋଜି ବ୍ୟବହାର କରି କେମିତି ଆଇନଶୃଙ୍ଖଳା, ଲ ଆଣ୍ଡ ଅର୍ଡର, କ୍ରାଉଡ ମ୍ୟାନେଜମେଣ୍ଟ ହୋଇପାରିବ ସେ ଉପରେ ଗୁରୁତ୍ୱ ଦେବ । ଏହି ବ୍ୟବସ୍ଥାକୁ ଅଧିକରୁ ଅଧିକ ସୁଦୃଢ଼ କରିବା ପାଇଁ ଆଡ଼ଭାନ୍ସ ଡ୍ରୋନ ବ୍ୟବହାର କରାଯିବ ।

ଏହି ଡ୍ରୋନ କ୍ଷମତା  ୫00 ମିଟର ଉଚ୍ଚ ଏବଂ ୫ କିଲୋମିଟର ଦୂରତା ପର୍ଯ୍ୟନ୍ତ ଯାଇପାରିବ । ଏହାକୁ ଆଣିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଯେଉଁ ସମୟରେ ଲ ଆଣ୍ଡ ଅର୍ଡ଼ର ନିୟନ୍ତ୍ରଣ, ରାଲି, ରୋଡ଼ମାର୍ଚ୍ଚ, ପୂଜା ପର୍ବରେ ଟ୍ରାଫିକ ମ୍ୟାନେଜ ମେଣ୍ଟ, ହକି, ଫୁଟବଲ ଭଳି ଖେଳ ସମୟରେ ନିୟୋଜିତ ହେବ ।

ଆଗକୁ ସାଧାରଣ ନିର୍ବାଚନ ଅଛି । ସେଥିରେ ଯୋଗ ଦେବାକୁ ଆସୁଥିବା ଭିଆଇପି ଙ୍କ ସୁରକ୍ଷା ପାଇଁ ମଧ୍ୟ ଦରକାର ପଡିଲେ ଡ୍ରୋନ ବ୍ୟବହାର ହେବ । ନିୟନ୍ତ୍ରଣ ପାଇଁ ଭୁବନେଶ୍ୱରରୁ ଗୋଟେ ଟିମ ରହିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.