ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ରାଜଧାନୀରେ ପେଟ୍ରୋଲିଂ କରିବ ଡ୍ରୋନ୍

0

ଭୁବନେଶ୍ବର: ଖୁବଶୀଘ୍ର କମିଶନରେଟ ପୁଲିସ ଆରମ୍ଭ କରିବ ଡ୍ରୋନ ପେଟ୍ରୋଲିଂ ସିଷ୍ଟମ । ନୂଆ ଟେକନୋଲୋଜି ବ୍ୟବହାର କରି କେମିତି ଆଇନଶୃଙ୍ଖଳା, ଲ ଆଣ୍ଡ ଅର୍ଡର, କ୍ରାଉଡ ମ୍ୟାନେଜମେଣ୍ଟ ହୋଇପାରିବ ସେ ଉପରେ ଗୁରୁତ୍ୱ ଦେବ । ଏହି ବ୍ୟବସ୍ଥାକୁ ଅଧିକରୁ ଅଧିକ ସୁଦୃଢ଼ କରିବା ପାଇଁ ଆଡ଼ଭାନ୍ସ ଡ୍ରୋନ ବ୍ୟବହାର କରାଯିବ ।

ଏହି ଡ୍ରୋନ କ୍ଷମତା  ୫00 ମିଟର ଉଚ୍ଚ ଏବଂ ୫ କିଲୋମିଟର ଦୂରତା ପର୍ଯ୍ୟନ୍ତ ଯାଇପାରିବ । ଏହାକୁ ଆଣିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଯେଉଁ ସମୟରେ ଲ ଆଣ୍ଡ ଅର୍ଡ଼ର ନିୟନ୍ତ୍ରଣ, ରାଲି, ରୋଡ଼ମାର୍ଚ୍ଚ, ପୂଜା ପର୍ବରେ ଟ୍ରାଫିକ ମ୍ୟାନେଜ ମେଣ୍ଟ, ହକି, ଫୁଟବଲ ଭଳି ଖେଳ ସମୟରେ ନିୟୋଜିତ ହେବ ।

ଆଗକୁ ସାଧାରଣ ନିର୍ବାଚନ ଅଛି । ସେଥିରେ ଯୋଗ ଦେବାକୁ ଆସୁଥିବା ଭିଆଇପି ଙ୍କ ସୁରକ୍ଷା ପାଇଁ ମଧ୍ୟ ଦରକାର ପଡିଲେ ଡ୍ରୋନ ବ୍ୟବହାର ହେବ । ନିୟନ୍ତ୍ରଣ ପାଇଁ ଭୁବନେଶ୍ୱରରୁ ଗୋଟେ ଟିମ ରହିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.