ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଉତ୍ତର ଭାରତରେ ମାଟି ଥରିଲା

0

ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତର ପଶ୍ଚିମ ଭାଗରେ ଅତି ଭୀଷଣ ବେଗରେ ବାତ୍ୟା ‘ବିପର୍ଯ୍ୟୟ’ ଉପକୂଳ ଆଡ଼କୁ ମାଡ଼ି ଆସୁଥିବା ବେଳେ ଅନ୍ୟପଟରେ ଉତ୍ତର ଭାରତରେ ପ୍ରକୃତି ତାର ପରାକ୍ରମ ଦେଖାଇଛି। ଦିଲ୍ଲୀ ସମେତ ଉତ୍ତର ଭାରତରେ ଆଜି ଅପରାହ୍ନରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ମୋହାଲି, ପଞ୍ଚକୂଳ, ଜାମ୍ମୁ-କାଶ୍ମୀର ଆଦି ଅଞ୍ଚଳରେ ଲୋକେ ଭୂକମ୍ପର ପ୍ରଭାବ ଅନୁଭବ କରିଛନ୍ତି। ପାଣିପାଗ ବିଭାଗ କହିଛି, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୪ ପ୍ରତିଶତ ଥିଲା।  

ଭୂକମ୍ପ ହେବା ଜାଣିବା ପରେ ଲୋକେ ଘର ଛାଡ଼ି ରାସ୍ତାକୁ ଚାଲିଆଶିଥିଲେ। ଏହାର ପ୍ରଭାବ ସଂପର୍କରେ ଲୋକଙ୍କ ପ୍ରତିକ୍ରିୟା ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ତେବେ ଏହି ଭୂକମ୍ପ ଦ୍ବାରା କେତେ କ୍ଷୟକ୍ଷତି ହୋଇଛି, ତାହା ଏଯାଏ ଜଣାପଡ଼ିନାହିଁ।

Leave A Reply

Your email address will not be published.