ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ସମ୍ ଅଲ୍ଟିମେଟ୍‌ରେ ବିଏଲ୍‌ଏସ୍ ଓ ଏସିଏଲ୍‌ଏସ୍ ପ୍ରୋଭୋଇଡର କୋର୍ସ ଉଦ୍‌ଘାଟନ

0

ଭୁବନେଶ୍ୱର, ଜୁନ୍ ୨୪ : ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଶୁକ୍ରବାର ବେସିକ୍ ଲାଇଫ୍ ସପୋର୍ଟ (ବିଏଲ୍‌ଏସ୍ )ଓ ଆଡଭାନ୍ସ କାର୍ଡିଆକ୍ ଲାଇଫ୍ ସପୋର୍ଟ (ଏସିଏଲ୍‌ଏସ୍‌) ର ୩ ଦିନିଆ ପ୍ରୋଭାଇଡର କୋର୍ସ ଉଦ୍‌ଘାଟନ ହୋଇଯାଇଛି । ସମ୍ ଅଲ୍ଟିମେଟ୍ ମେଡିକେୟାର, ଭୁବନେଶ୍ୱର ଇଣ୍ଡିଆନ୍ ସୋସାଇଟି ଅଫ୍ କ୍ରିଟିକାଲ୍ କେୟାର ମେଡିସିନ୍ (ଆଇଏସ୍‌ସିସିଏମ୍‌) ଏବଂ ଆମେରିକାନ୍ ହାର୍ଟ ଆସୋସିଏସନ୍ ପକ୍ଷରୁ ଏହି ଶିକ୍ଷାଭିତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଡାକ୍ତରଖାନାର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅଂଶ ଗ୍ରହଣ କରିଛନ୍ତି । ବିଏଲ୍‌ଏସ୍ ଓ ଏସିଏଲ୍‌ଏସ୍ ଉପରେ ତାଲିମ ଦିଆଯାଉଛି । କୌଣସି ରୋଗୀର ହଠାତ୍ ହୃଦଘାତ ହେଲେ କିପରି ଜୀବନ ବଂଚାଇ ହେବ ସେ ନେଇ ଏହି ପାଠ୍ୟକ୍ରମରେ ତାଲିମ ଦିଆଯାଉଛି ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ ଅଲ୍ଟିମେଟ୍ ମେଡିକେୟାରର ସିଇଓ ଡା. ଶ୍ୱେତପଦ୍ମା ଦାଶ ଯୋଗ ଦେଇ କହିଛନ୍ତି ଏହି ପାଠ୍ୟକ୍ରମ ବୃତିଗତ ଅଭିବୃଦ୍ଧିରେ ସହାୟକ ହେବ । ସ୍ୱାସ୍ଥ୍ୟସେବା ଶିଳ୍ପରେ କ୍ୟାରିୟରରେ ଆମେରିକାନ୍ ହାର୍ଟ ଆସୋସିଏସନ୍ ସାର୍ଟିଫିକେଟ୍ ବିଏଲ୍‌ଏସ୍ ଓ ଏସିଏଲ୍‌ଏସ୍ପା ପାଠ୍ୟକ୍ରମର ଆବଶ୍ୟକତା ରହିଛି । ଏହା କେବଳ ବୃତିରେ ନୁହେଁ ବରଂ ଅନ୍ୟର ଜୀବନ ବଂଚାଇବାରେ ପ୍ରତିବଦ୍ଧତାର ପ୍ରମାଣ ଦେବ ।

କ୍ରିଟିକାଲ୍ କେୟାର ବିଭାଗର ମୁଖ୍ୟ ଡା. ବାନାମ୍ବର ରାୟ କହିଥିଲେ ଏହି ପାଠ୍ୟକ୍ରମ ଦେଶର କାର୍ଡିଓପଲମୋନାରୀ ରେସୁସିଟେସନ୍‌(ସିପିଆର୍‌) ଅଭ୍ୟାସରେ ଉନ୍ନତି ଆଣିବାରେ ସହାୟକ ହେବ । ଏଥି ସହ ଆନ୍ତର୍ଜାତୀୟ ମାନକୁ ବଜାୟ ରଖିବାକୁ ଏଥିରେ ଆମେରିକା ଓ ୟୁରୋପରେ ପ୍ରଚଳିତ ସିପିଆର୍‌କୁ ଅତି ଗମ୍ଭୀରତାର ସହ ଗ୍ରହଣ କରାଯାଇ ଅଭ୍ୟାସ କରାଯାଉଛି । ତେଣୁ ଭାରତରେ ମଧ୍ୟ ଏଥି ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

କାର୍ଯ୍ୟକ୍ରମରେ କ୍ରିଟିକାଲ୍ ବିଭାଗର ବରିଷ୍ଠ ପରାମର୍ଶଦାତା ଡାକ୍ତର ଆନନ୍ଦ ମିଶ୍ର କହିଥିଲେ ଯେ, ଏହି କାର୍ଯ୍ୟକ୍ରମରେ ଦିଆଯାଉଥିବା ଶିକ୍ଷା ସମାଜରେ ଅନେକ ଜୀବନ ବଂଚାଇବାରେ ସହାୟକ ହେବ । ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା କହିଥିଲେ ରାଜ୍ୟରେ ଏଭଳି ଶିକ୍ଷାଗତ କାର୍ଯ୍ୟକ୍ରମ ଆୟୋଜନ କରିବାରେ ସମ୍ ଅଲ୍ଟିମେଟ୍ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । କୋଲକାତା ଆମେରିକାନ୍ ହାର୍ଟ ଆସୋସିଏସନ୍‌ର ପ୍ରତିନିଧିତ୍ୱ କରୁଥିବା କୋଲକାତା ପିଅରଲେସ୍ ହସ୍ପିଟାଲ୍‌ର ଫ୍ୟାକଲ୍ଟି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସିପିଆର୍ ଅଭ୍ୟାସ ସଂପର୍କିତ ପ୍ରଶିକ୍ଷଣ ଦେଇଥିଲେ ।

Leave A Reply

Your email address will not be published.