ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ନିଅଣ୍ଟିଆ ବର୍ଷା କୁ ଭରଣା କରିବାକୁ ଆସୁଛି ବଡ଼ ଲଘୁଚାପ

0

ଭୁବନେଶ୍ବର: ଜୁନ ୦୧ ରୁ ଜୁଲାଇ ୧୩ ତାରିଖ ମଧ୍ୟରେ ରାଜ୍ୟ ରେ ସ୍ଵାଭାବିକ ଭାବେ ୩୩୪.୪ମିମି ବର୍ଷା ହେବାକଥା କିନ୍ତୁ ଏହି ସମୟ ରେ ୨୪୩.୯ମିମି ବର୍ଷା ହୋଇଛି । ଯାହା ସ୍ଵାଭାବିକ ଠାରୁ ୨୭% କମ୍ ବର୍ଷା। ଏହି ସମୟ ରେ କଳାହାଣ୍ଡି ରେ ୬୫% କମ୍ ବର୍ଷା ହୋଇଥିବା ବେଳେ, ୧୭ ଜିଲ୍ଲା ରେ କମ୍ ବର୍ଷା ହୋଇଛି, ୧୧ ଟି ଜିଲ୍ଲା ରେ ସ୍ଵାଭାବିକ ବର୍ଷା ହୋଇଛି କେବଳ ଦେବଗଡ଼ ଜିଲ୍ଲା ରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ଉପକୂଳ ଓଡ଼ିଶା ର ସମସ୍ତ ଜିଲ୍ଲା ଓ ଆଖପାଖ ଜିଲ୍ଲା ରେ କମ୍ ବର୍ଷା ଯୋଗୁଁ କୃଷି କାର୍ଯ୍ୟ ଆଗେଇ ପାରିନାହିଁ।

ତେବେ ଆଶ୍ୱସ୍ତି ର କଥା ଜୁଲାଇ ୧୬-୧୭ ବେଳକୁ ଉତ୍ତର – ପଶ୍ଚିମ ବଙ୍ଗୋପସାଗର ରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ। ଏହି କ୍ଷେତ୍ର ମୌସୁମୀ ବାୟୁ କୁ ସକ୍ରିୟ କରିବା ହେତୁ ୧୬ ପରେ ରାଜ୍ୟ ରେ ବର୍ଷା ର ବିସ୍ତୃତି ବଢିବ କିଛି ଜିଲ୍ଲା ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୮ ଜୁଲାଇ ପରେ ଏହି କ୍ଷେତ୍ର ଟି ଅଧିକ ଘନିଭୂତ ହୋଇ ପାଖାପାଖି ପଶ୍ଚିମ ଦିଗରେ ଅଗ୍ରସର ହୋଇ ୨୦-୨୧ ଜୁଲାଇ ବେଳକୁ ଓଡିଶା ଉପକୂଳ ନିକଟରେ ସଦୃଶ ଲଘୁଚାପ/ ଡିପ୍ରେସନ୍ ରେ ପରିଣତ ହେବ।

ଏହାର ପ୍ରଭାବ ରେ ୧୮-୨୨ ରାଜ୍ୟର ଅଧିକାଂଶ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବା ସହ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ବିଶେଷ କରି ୧୯-୨୧ ରେ ଉପକୂଳ, ଦକ୍ଷିଣ ଓଡ଼ିଶା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିପରି ୨୦-୨୨ ରେ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ପରବର୍ତ୍ତୀ ସମୟ ରେ କେନ୍ଦ୍ରୀୟ ଭାରତ ରେ ଏହି ସିଷ୍ଟମ୍ ମାଧ୍ୟମ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ସିଷ୍ଟମ୍ ପ୍ରଭାବ ରେ ନିଅଣ୍ଟିଆ ବର୍ଷା ବହୁ ମାତ୍ରା ରେ ଭରଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ପୂର୍ବାନୁମାନ – ସାର୍ଥକ ମିଶ୍ର

Leave A Reply

Your email address will not be published.