ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ମହାନଦୀରେ ବନ୍ୟା ନେଇ ୬ ଜିଲ୍ଲାକୁ ସତର୍କ ସୂଚନା

0

କଟକ: ମହାନଦୀରେ ଏବେ ମଧ୍ୟମ ଧରଣର ବନ୍ୟା ନେଇ ‌ଆଶଙ୍କା। ମୁଣ୍ଡଳିରେ ୯ ଲକ୍ଷ କ୍ୟୁସେକ ବନ୍ୟାପାଣି ପ୍ରବାହିତ ହେଉଛି। ସେଥିପାଇଁ ଜଳସମ୍ପଦ ବିଭାଗ ସଜାଗ ରହିଛି। ହୀରାକୁଦ ଉପରମୁଣ୍ଡରେ ଅଧିକ ବର୍ଷା ହୋଇଥିବାରୁ ମହାନଦୀ ଫୁଲୁଛି। ତେଣୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ହେବା ନେଇ ୬ଟି ଜିଲ୍ଲାକୁ ସତର୍କ କରାଯାଇଛି।

କଟକ, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଉପରେ ସ୍ୱତନ୍ତ୍ର ନଜର ରଖାଯାଉଛି। ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ମହାନଦୀ ପାଣି ପାସ୍ କରିବ। ସେପଟେ ବୈତରଣୀରେ ବନ୍ୟା ଜଳ ଖସୁଛି। ଆଖୁଆପଦାଠାରେ ପାଣି କମୁଛି। ବ୍ରାହ୍ମଣୀରେ ଜଳସ୍ତର ବଢୁଥିଲେ ବି କିଛି ସମୟ ପରେ ତାହା ସ୍ଥିର ଅବସ୍ଥାକୁ ଆସିବା ସମ୍ଭାବନା ରହିଛି।

ତେବେ ବିପଦ ସଙ୍କେତ ଠାରୁ ଏବେ ବି ଯଥେଷ୍ଟ ତଳେ ରହିଛି ମହାନଦୀର ଜଳସ୍ତର। ମହାନଦୀରେ ବନ୍ୟା ଜଳ ଆସିବା ପରେ ପ୍ରଭାବିତ ହୋଇଛି କଟକ ଜିଲ୍ଲାର ଅନେକ ଜିଲ୍ଲା। ବିଶେଷ କରି ବାଙ୍କୀ, ଆଠଗଡ, ତିଗିରିଆ, ବଡ଼ମ୍ବା ଓ କଟକ ସଦରର ଅନେକ ଅଞ୍ଚଳରେ ପ୍ରବେଶ କରିଛି ବନ୍ୟା ଜଳ। ହଜାର ହଜାର ହେକ୍ଟର ଚାଷ ଜମିରେ ମାଡ଼ି ଯାଇଛି ବନ୍ୟା ପାଣି। ତେବେ ଆଠଗଡ଼ର ଗୁରୁସିଆ ପଞ୍ଚାୟତର ସାପୁଆ ନଈରେ ୨୦ ଫୁଟ ଘାଇ ସୃଷ୍ଟି ହୋଇଛି। ମହାନଦୀର ଜଳସ୍ତର ବଢିବା ଯୋଗୁଁ ବ୍ୟକ୍ ୱାଟର ସାପୁଆ ନଈରେ ପ୍ରବେଶ କରିଛି। 

ଯାହାଫଳରେ ଧୁରୁସିଆ, ଘଣ୍ଟିଖାଲ, କଖଡି, ମଞ୍ଚେଶ୍ୱର ଆଦି ବିଭିନ୍ନ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିଛି। ଯାହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିବା ସହ ସତର୍କ ହୋଇ ରହିଛି। ବିଶେଷ କରି ବାଙ୍କୀ ଅଞ୍ଚଳକୁ ଗୋଟିଏ ଏନଡିଆରଏଫ୍ ଟିମ୍ ଓ ଆଠଗଡ ଅଞ୍ଚଳରେ ଗୋଟିଏ ଓଡିଆରଏଫ୍ ଟିମ୍ ମୁତୟନ କରାଯାଇଛି। ବାଙ୍କୀର ହୁଳୁହୁଳା ପୋଲ ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ପୁରୁଣା କଟକ ସମ୍ବଲପୁର ରାସ୍ତାର ମାଧପୁର ଗଡ ରାସ୍ତା ଉପରେ ୩ ଫୁଟ ବନ୍ୟା ଜଳ ଲହଡ଼ି ମାରୁଛି। ଯାହାଫଳରେ ଉକ୍ତ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। କଟକ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ବନ୍ୟା ପାଣି ପ୍ରବେଶ କରିଥିବା ସତ୍ତ୍ଵେ ଲୋକେ ଏଥିରେ ପ୍ରଭାବିତ ହୋଇ ନାହାନ୍ତି ବୋଲି ଜିଲ୍ଲା ପ୍ରଶାସନ କହିଛି।

Leave A Reply

Your email address will not be published.